Videos
|
Odisha

ପାଣି ପାଇପ୍ ଲାଇନ ଫାଟି ବନ୍ୟା ପରିସ୍ଥିତି, ଲୋକଙ୍କ ଘରେ ପଶିଲା ପାଣି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାଣି ପାଇପ୍ ଲାଇନ ଫାଟି ବନ୍ୟା ପରିସ୍ଥିତି, ଲୋକଙ୍କ ଘରେ ପଶିଲା ପାଣି

ଅର୍ଗସ ବ୍ୟୁରୋ:  କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଞ୍ଚଳ ୧୦ ନଂ ୱାର୍ଡ଼ରେ ଅଭାବନୀୟ ପରିସ୍ଥିତି । ରାତି ଅଧରେ ହଠାତ୍ ପାଣି ପାଇପ୍ ଲାଇନ ଫାଟି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବେଗରେ ପାଣି ନିର୍ଗତ ହୋଇ ଲୋକଙ୍କ ଘରେ ପଶିଛି ପାଣି । ବିଭିନ୍ନ ପଞ୍ଚାୟତକୁ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗ୍ରାମୀଣ ଜଳ ଯୋଗାଣ ବିଭାଗ ଦ୍ଵାରା ଗୁରୁବେଡ଼ା ଠାରୁ ଯେଉଁ ପାଇପ୍ ଲାଇନ୍ ଯାଇଛି ତାହା ଫାଟିବା କାରଣରୁ ଏଭଳି ପରିସ୍ଥିତି  ଦେଖାଦେଇଥିଲା ।  ଗତ ରାତି ପ୍ରାୟ ଗୋଟାଏ ସମୟରେ ହନୁମାନ ହଟିଂ ଦେଇ ଯାଇଥିବା ଏହି ପାଇପ୍ ଫାଟିଯାଇଥିଲା ।  ଏଥିରେ ୧୦ରୁ ଅଧିକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ପାଣି ବନ୍ଦ ହେବା ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଛି । କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବା ସହ କ୍ଷତିପୂରଣ ପାଇଁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Water pipeline burst and flood, water enter people's houses | Argus News