Videos
|
Odisha

ପ୍ରତିଶୃତି ପାଲଟିଲା ପାଣିର ଗାର, ଚାଷୀଙ୍କୁ ମିଳୁନି ମୁନ୍ଦାଏ ପାଣି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରତିଶୃତି ପାଲଟିଲା ପାଣିର ଗାର, ଚାଷୀଙ୍କୁ ମିଳୁନି ମୁନ୍ଦାଏ ପାଣି

ଅର୍ଗସ ବ୍ୟୁରୋ:  ଅନୁଗୁଳ ପାଳଲହଡା ପଞ୍ଚାୟତ ରଞ୍ଜ କଲୋନୀ ଗ୍ରାମର । ଏଠାରେ  ବସବାସ କରନ୍ତି ପାଖାପାଖି 40 ପରିବାର। ରେଙ୍ଗାଳି ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ସାଢେ 6 ଏକର ଲେଖାଏଁ ଜମି ପ୍ରଦାନ କରିଛନ୍ତି ସରକାର ।  ଚାଷ ଜମିକୁ ପାଣି ସୁବିଧା ନଥିବାରୁ 2012 ମସିହାରେ ରାଜ୍ୟ ସରକାର ଙ୍କ ଉଠାଜଳ ପ୍ରକଳ୍ପ ଯୋଜନାରେ ରିହାତି ଦରରେ 21 ଜଣ ଚାଷୀଙ୍କ ଚାଷ ଜମିରେ 21 ଟି ବୋରୱେଲ ଖୋଳା ଯାଇଥିଲା। ଚାଷୀଙ୍କୁ 19 ହଜାର ଟଙ୍କାର ରସିଦ ମଧ୍ୟ ଦିଆଯାଇଥିଲା।  ହେଲେ ଆଜି ଯାଏ ଚାଷ ଜମିରେ ପହଞ୍ଚି ପାରୁନି ବୁନ୍ଦେ ଜଳ। ସାହାଯ୍ୟ ବଦଳରେ ପ୍ରତାରଣାର ଶିକାର ହେୋଇଛନ୍ତି ଚାଷୀ।

ନିମ୍ନମାନର କାମ କରି ଚାଷୀଙ୍କୁ ଠକି ଚାଲିଯାଇଛନ୍ତି ଠିକାଦାର।  ବୋରୱେଲ ରେ ପାଣି ବାହାରୁନି ତ ଆଉ କିଛି ବୋରୱେଲରେ ମଟର ଲାଗିନି। 14 ବର୍ଷ ହେବ ଖତ ଖାଉଛି ନାଁକୁ ମାତ୍ର ତିଆରି ହେଇଥିବା ବେୋରଓ୍ବେଲ। ଠିକାଦାର  ଚାଷୀଙ୍କୁ ବୋରୱେଲ ଜିମା ନଦେଇ ଟଙ୍କା ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି I ଫେଲ ମାରିଛି ରାଜ୍ୟ ସରକାରଙ୍କ ମାଳ ମାଳ ଯେୋଜନା। ଉଠା ଜଳପ୍ରକଳ୍ପ ମାଧ୍ୟମରେ ଚାଷୀ ଉପକୃତ ହେବେ କଣ ଓଲଟା ଲୁଟର ଶିକାର  ହେଇ ଅସହାୟ ଅବସ୍ଥାରେ ଚାଷୀ I

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
water problem in angul | Argus News