Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସରକାର ପାନୀୟ ଜଳ ଯୋଗାଉଥିବା ଡିଣ୍ଡିମ ପିଟୁଛନ୍ତି, ହେଲେ ଏହା କାଗଜ କଲମରେ ସୀମିତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସରକାର ପାନୀୟ ଜଳ ଯୋଗାଉଥିବା ଡିଣ୍ଡିମ ପିଟୁଛନ୍ତି, ହେଲେ ଏହା କାଗଜ କଲମରେ ସୀମିତ

ଅର୍ଗସ ବ୍ୟୁରୋ: ନିର୍ବାଚନ ଆସିଲେ ଗାଁକୁ ନେତା ଆସନ୍ତି, ବିଭିନ୍ନ ପ୍ରକାର ପ୍ରତିଶଶ୍ରୁତି ଦିଅନ୍ତି ହେଲେ ଭୋଟ ସରିଲେ  ସବୁ ପାଶୋରି ଯାଆନ୍ତି। କିନ୍ତୁ ଲୋକଙ୍କ ଅବସ୍ଥା ଯଥା ପୂବଂ ତଥା ପରଂ। ସେମାନଙ୍କ ସାମାନ୍ୟତମ ଦାବି ପୁରଣ ହୋଇପାରେ ନାହିଁ। ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ବାସୁ ଚକୁରାଇ ପଞ୍ଚାୟତ କରତଶାଳ ଗ୍ରାମରେ ୩୦ରୁ ଅଧିକ ପରିବାରର ୧୦୦ରୁ ଅଧିକ ଲୋକେ ରହୁଛନ୍ତି। ଲୋକଙ୍କ ଆବଶ୍ୟକତାକୁ ଦେଖି ପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଦାସ ଦୁଇଟି ନଳକୂପ ବସାଇଥିଲେ ମାତ୍ର ତାହା ମରାମତି ଅଭାବରୁ ୩ ବର୍ଷ ଧରି ଅଚଳ ହୋଇ ପଡିଛି। ବସୁଧା ଯୋଜନାରେ ପାଣି ବ୍ୟବସ୍ଥା ହୋଇଥିଲେ ମଧ୍ୟ ଗାଁର ସମସ୍ତ ଲୋକଙ୍କୁ ପାଣି ଠିକ ଭାବରେ ମୁଳୁନାହିଁ। ଫଳରେ ଲୋକେ ପାଣି ନପାଇ ଗାଁ ପାଖଦେଇ ଯାଇଥିବା ପେଜଗଳା ନଦୀର ଲୁଣି ପାଣି ପିଉଛନ୍ତି।

କରତଶାଳ ଗ୍ରାମରେ ୧୦୦ରୁ ଅଧିକ ଆଦିବାସୀ ଲୋକ ବସବାସ କରନ୍ତି। ଏମାନେ ଆଦିବାସୀ ବୋଲି ସବୁ ବେଳେ ଅବହେଳିତ। ଗ୍ରାମର ୩୦ରୁ ଅଧିକ ପରିବାର ରହିଥିଲେ ମଧ୍ୟ ମାତ୍ର ୨ଟି ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇଛି। ଅନ୍ୟମାନେ ଅବାସ ଗୃହ ପାଇବାରୁ ବଞ୍ଚିତ ଅଛନ୍ତି। ରାସ୍ତା କଥା ନ କହିବା ଭଲ। ଲୋକେ ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବିଞ୍ଚତ। ଏଥିପାଇଁ ଭୋଟ ଦେବେନି ବୋଲି ନିଷ୍ପିତି ନେଇଛନ୍ତି ଗ୍ରାମବାସୀ। ଗ୍ରାମବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ କେହି ଦୃଷ୍ଟି ଦେଉ ନାହାନ୍ତି। ତୁରନ୍ତ ଏହି ଗ୍ରାମକୁ ସମସ୍ତ ସୁବିଧା ‌ଯୋଗଇ ଦେବାକୁ ଦାବି ହୋଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
water problem in balasore | Argus News