Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ

Odisha

ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ

Smruti Parija
Browse all articles by Smruti Parija
·2 years ago
ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ

ବାଲେଶ୍ୱର:  ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟି ଧରି ତେନ୍ତୁଳାପଡା ଠାରେ ରାସ୍ତାରୋକ କରିଛନ୍ତି । ଗାଁରେ ଦୀର୍ଘଦିନ ଧରି ପାନୀୟ ଜଳର ଅଭାବ ଲାଗି ରହିଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ନୀଳଗିରି ଝରଣଘାଟୀ ୧୯ ନଂ ରାଜ୍ୟ ରାଜପଥର କଳାକାଦ ଛକରେ ଗରା ବାଲ୍ଟି ଧରି ରାସ୍ତାରେ ଧାରଣା ଦେଲେ ମହିଳା । 

ବସୁଧା ଯୋଜନାରେ ପାଣି ଆସୁନଥିବାବେଳେ ସମସ୍ତ ନଳକୂପ ମଧ୍ୟ ଅଚଳ ହୋଇ ପଡିରହିଛି । ଉପରିସ୍ଥ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ କୌଣସି ଫଳପ୍ରଦ ନହେବାରୁ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଗରା ବାଲ୍ଟି ଧରି ପ୍ରତିବାଦ କରିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
water-problem-in-baleswar | Argus News