ପାଣି ବଦଳରେ ଆସୁଛି ପବନ , ପାଣିର ଦେଖା ନାହିଁ

ଅର୍ଗସ ବ୍ୟୁରୋ: ପ୍ରତି ଘର ସମ୍ମୁଖରେ ଠିଆ ହୋଇଛି ଷ୍ଟାଣ୍ଡ ପୋଷ୍ଟ । ହେଲେ ଶୁଖିଲା ପଡିଛି ପାଣି ବଦଳରେ ଆସୁଛି ପବନ , ପାଣିର ଦେଖା ନାହିଁ । କିଛି ଲୋକ ଷ୍ଟାଣ୍ଡ ପୋଷ୍ଟକୁ ଶୁଆଇ ରଖିଛନ୍ତି । ଏଭଳି ରଖିଲେ କ୍ଷୀଣ ଧାରରେ ଟିକେ ପାଣି ମିଳୁଛି । ହେଲେ ହାଣ୍ଡି କିମ୍ବା ମାଠିଆ ରଖିଦେଲେ ପୁଣି ପାଣି ବନ୍ଦ । ଏଭଳି ଅଭିଯୋଗ ଆସିଛି ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ ବରଗାଁ ପଂଚାୟତର ଗଡ଼ିଶାପଲ୍ଲୀରୁ । ଏହି ଗାଁର ୧୫୦ ପରିବାର ବାସ କରୁଥିବା ବେଳେ ଗତ ପ୍ରାୟ ଏକ ବର୍ଷ ହେବ ଗାଁରେ ଜଳ କଷ୍ଟକୁ ଦେଖିବାକୁ ମିଳୁଛି । ପାଣି ଦୁଃଖ ଜଣାଇଲେ ଶୁଣିବାକୁ କେହି ନାହିଁ । ଶୁଣନ୍ତୁ କଣ କହୁଛନ୍ତି ଗାଁ ମହିଳା ।
ଜଳ ଯୋଗାଣ ଆରମ୍ଭ ହେବା ଠାରୁ ଗାଁ ର ପ୍ରାୟ 80 ପରିବାର ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାରଙ୍କ ପକ୍ଷରୁ ବସୁଧା ଯୋଜନାରେ ଓଭରହେଡ ଟ୍ୟାଙ୍କ କରାଯାଇଥିଲେ ମଧ୍ୟ ଟ୍ୟାଙ୍କକୁ ପାଣି ଯାଇପାରୁନଥିବା କାରଣରୁ ଏହି ସମସ୍ୟା ଉପୁଜିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଭିନ୍ନ ସ୍ଥାନରେ ପାଇପ ଫାଟି ରହିଥିବା କାରଣରୁ ଜଳ ଲୋକଙ୍କ ପାଖରେ ପଂହଁଚିବା ପୂର୍ବରୁ ରାସ୍ତା ରେ ଭାସୁଛି ଓ ଜମିରେ ପଡୁଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: