Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉପକୂଳରୁ ଉପାନ୍ତ, ଉତ୍କଟ ଜଳକଷ୍ଟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଉପକୂଳରୁ ଉପାନ୍ତ, ଉତ୍କଟ ଜଳକଷ୍ଟ

ଅର୍ଗସ ବ୍ୟୁରୋ: ଧରାପଡ଼ି ସାରିଛି ରାଜ୍ୟ ସରକାରଙ୍କ ପାନୀୟ ଜଳ ଯୋଗାଣ ପ୍ରହସନ । ବସୁଧା ଯୋଜନାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରିଥିଲେ ବି ଲୋକଙ୍କୁ ଶୁଦ୍ଧ ପାଣି ବୁନ୍ଦେ ମିଳିପାରୁନାହିଁ । ଏ ଦୃଶ୍ୟ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକର । ୨୪ଟା ପଂଚାୟତରେ 226ଟା ଗାଁ ଅଛି । ହେଲେ ଦୁଃଖର କଥା ବ୍ଲକର 70 ପ୍ରତିଶତ ଅଂଚଳରେ  ଗମନା ଗମନ ସହ ପିଇବା ପାଣି ସମସ୍ୟା ସବୁବେଳେ ଲାଗି ରହିଥାଏ I

ପାଣି ସମସ୍ୟା ଦେଖି କଣ୍ଟାମାଲ ବ୍ଲକର ଲୁକାପଡା ଠାରେ ରାଜ୍ୟ ସରକାର ପକ୍ଷରୁ ଏକ ମେଘା ପାନୀୟଜଳ ପ୍ରକଳ୍ପ ନିର୍ମାଣ ହେଲା । ପ୍ରକଳ୍ପ କାମ 2024 ସୁଦ୍ଧା ସାରିବାର ଗାଇଡ଼ଲାଇନ ଅଛି । କିନ୍ତୁ ଏ ପର୍ଯ୍ୟନ୍ତ 50ପ୍ରତିଶତ ଗାଁକୁ ପାଇପ୍ ବିଛା ହୋଇ ନଥିବା ଯୋଗୁଁ ପାଣି ବୁନ୍ଦାଏ ପାଇଁ ହନ୍ତସନ୍ତ ଲୋକେ I ଖାଲି ସେତିକି ନୁହେଁ, ନିମ୍ନମାନର କାମ ଯୋଗୁଁ  ଘର ଆଗରେ ଲାଗିଥିବା ଷ୍ଟାଣ୍ଡପୋଷ୍ଟ ଭାଙ୍ଗିବା ସହ ଲାଗିଥିବା ଟେପ ମଧ୍ୟ ଖୋଲିଯାଉଛି I ଲୋକଙ୍କ କାମରେ ଆସୁନି କୋଟି କୋଟି ଖର୍ଚ୍ଚ କରି ନିର୍ମାଣ କରିଥିବା ପାନୀୟ ଜଳ ପ୍ରକଳ୍ପ। କେବେ ହେବ କାର୍ଯ୍ୟକ୍ଷମ। 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Water problem in boudha | Argus News