Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଣି ପାଇଁ ଡହଳବିକଳ ମୃଦଙ୍ଗା ପଞ୍ଚାୟତବାସୀ

Odisha

ପାଣି ପାଇଁ ଡହଳବିକଳ ମୃଦଙ୍ଗା ପଞ୍ଚାୟତବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣି ପାଇଁ ଡହଳବିକଳ ମୃଦଙ୍ଗା ପଞ୍ଚାୟତବାସୀ

ଅର୍ଗସ ବ୍ୟୁରୋ:  ଭୁବନ ବ୍ଲକ ମୃଦଙ୍ଗା ପଞ୍ଚାୟତର ହାଟ ନୂଆସାହି। ଏହି ଗାଁରେ ସହେରୁ ଉର୍ଦ୍ଧ ପରିବାର ବସବାସ କରୁଥିବା ବେଳେ ପାନୀୟଜଳ ପାଇଁ ଏକମାତ୍ର ନଳକୂପ ଉପରେ ସମସ୍ତେ ନିର୍ଭର କରିଥାନ୍ତି । ଗ୍ରାମରେ କୂଅ କିମ୍ବା ପୋଖରୀଟିଏ ନଥିବାରୁ ଅଧିକାଂଶ ସମୟରେ ସ୍ନାନ ଓ ଶୌଚପାଇଁ ଦୂରକୁ ଯିବାକୁ ପଡିଥାଏ । ତେବେ ପାନୀୟଜଳ ପାଇଁ ବସୁଧା ଯୋଜନାରେ ପାଞ୍ଚବର୍ଷ ତଳେ ଗ୍ରାମରେ ନିର୍ମାଣ ହୋଇଥିଲା ସୋଲାର ପାଣିଟାଙ୍କି । କିନ୍ତୁ ଗତ ଏକବର୍ଷ ହେଲା ଏହା ଅଚଳ ଅବସ୍ଥାରେ ପଡିଥିବା ବେଳେ ଟାଙ୍କି ଫାଟି ଗଲାଣି। ଏପଟେ ବୋରଓ୍ବେଲ ନଖୋଳି ନଳକୂପ ଭିତରେ ମଟର ଲଗାଇ ପାଣି ଉଠାଯାଉଥିବା ବେଳେ ମଟରଟି ବର୍ତ୍ତମାନ ନାହିଁ।

ସେହିପରି ଏକତାଳୀ ପଞ୍ଚାୟତ ରେଡଙ୍ଗ ଗ୍ରାମରେ ସମାନ ଅବସ୍ଥା । ୬୦/୭୦ ପରିବାରକୁ ମାତ୍ର ଗୋଟିଏ ନଳକୂପ। ବସୁଧା ଯୋଜନାରେ ସୋଲାର ପାଣିଟାଙ୍କି ଅଛି, ହେଲେ ବର୍ଷେହେଲା ଅଚଳ ଅବସ୍ଥାରେ। ପାଣି ମଟରକୁ କେହି ନେଇଯାଇଥିବା ପ୍ରକାଶ କରିଛନ୍ତି ଅଞ୍ଚଳବାସୀ।  ତେବେ ବର୍ଷାଦିନେ ଏହି ଗ୍ରାମଟି ଜଳବନ୍ଦୀ ଅବସ୍ଥାରେ ରହୁଥିବାରୁ ସେହି ସମୟରେ ପାଣିପାଇଁ ବହୁତ ସମସ୍ୟାରେ ପଡିଥାନ୍ତି।ତେବେ ଏ ସଂପର୍କରେ ଭୁବନ ବିଡିଓ କଲ୍ୟାଣ ସୌରଭ ଦାସଙ୍କୁ ପଚାରିବାରେ କୁହନ୍ତି ଜଳପରିମଳ କମିଟିର ପ୍ରତିମାସରେ ମିଟିଂ ହେଉଛି।

ତେବେ ଦେଖିବାକୁ ବାକି ରହିଲା ଲୋକମାନଙ୍କର ମୌଳିକ ସୁବିଧା ପାଇଁ ସବୁବେଳେ ତତ୍ପର ରହିଥିବା କଥା କହୁଥିବା ସରକାର କେତେଶିଘ୍ର ଏହି ଦୁଇଟି ଗ୍ରାମରେ ପାନୀୟଜଳର ବ୍ୟବସ୍ଥା କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
water problem in dhenkanal | Argus News