ଦୁର୍ଗମରେ କଷ୍ଟ ଦେଉଛି ଜଳ ଯନ୍ତ୍ରଣା

ଅର୍ଗସ ବ୍ୟୁରୋ: ୧୮ ବର୍ଷ ହେଲା ବସୁଧା ଦେଉଛି ଧୋକା। ଦୁର୍ଗମରେ କଷ୍ଟ ଦେଉଛି ଜଳ ଯନ୍ତ୍ରଣା। ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଜନଜାତି। ଚୁଆର ଗୋଳିଆ ପାଣି ମେଣ୍ଟାଉଛି ଶୋଷ। ଏ ହେଉଛି ମାଲାକନଗିରି କାଙ୍ଗୁରୁକୋଣ୍ଡା ପଞ୍ଚାୟତର କାଙ୍ଗୁରୁକୋଣ୍ଡା ଗାଁ। ଗାଁରେ 90 ରୁ ଉର୍ଦ୍ଧ ପରିବାର ବସବାସ କରନ୍ତି l କିନ୍ତୁ ପାଣି ନାଁରେ ଏମାନଙ୍କୁ ମିଳିଛି ଖାଲି ପ୍ରତାରଣା। 18 ବର୍ଷ ପୂର୍ବେ ଗାଁରେ ରାଜ୍ୟ ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗାଁର ମଧ୍ୟ ଭାଗରେ ବସୁଧା ଯୋଜନାରେ ନଳକୂପ, ଟାଙ୍କି, ପାଣି ପମ୍ପ ଘର କରି ଗାଁ କୁ ପାଇପ୍ ଲାଇନ ସଂଯୋଗ କରିଥିଲେ। ଏଭିତରେ ୧୮ ବର୍ଷ ବିତି ଯାଇଥିଲେ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ପାନୀୟଜଳ l
ଖାଲି ପାଣି କାହିଁକି କଙ୍ଗାରୁକୋଣ୍ଡା-ସlଲମାରୀକୋଣ୍ଡା ରାସ୍ତା ମରାମତି ଅଭାବରୁ ଶୋଚନୀୟ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l 326 ଜାତୀୟ ରାଜପଥ କୁ ଲାଗି କାଙ୍ଗୁରୁକୋଣ୍ଡା -ସlଲମାରୀକୋଣ୍ଡା ପ୍ରଧାନମନ୍ତ୍ରୀ ସଡ଼କ ପଥ ରହିଛି । 2017ରେ ନିର୍ମାଣ ହୋଇଥିବା ଏହି ରାସ୍ତା ନିମ୍ନ ମାନର କାମ ପାଇଁ ଏବେ ମରଣଯନ୍ତା ପାଲଟିଛି l ରାସ୍ତା ପ୍ରବେଶ ପଥରେ ଥିବା କଲଭର୍ଟ ଉପରେ ରଡ଼ ଦେଖା ଯିବା ସହ କଲଭର୍ଟ ଟି ବିପଦ ସଙ୍କୁଳ ଅବସ୍ଥା ରହିଛି l ଦୁର୍ଗମର ଆଦିବାସୀ ଜନଜାତିଙ୍କୁ ସରକାରଙ୍କ ବିକାଶ ପ୍ରତାରଣା। ଯୋଜନା ହେଉଛି ହେଲେ ଏହାର ଲାଭ ପାଉ ନାହାନ୍ତି ଦୁର୍ଗମବାସୀ। ସରକାରୀ ଯୋଜନା ଏମାନଙ୍କ ପାଇଁ ସାତସପନ।
ଅଧିକ ପଢ଼ନ୍ତୁ ଓଡିଶା ଖବର: