Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ

ଅର୍ଗସ ବ୍ୟୁରୋ:  ଧର୍ମଗଡ କାଙ୍କେରି ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଗାଁ ଲୋକ ଅନେକ ଦିନରୁ ବିଶୁଦ୍ଧ ପାନୀୟ ଜଳ ପାଇଁ ସରକାରଙ୍କ ଠାରେ ଦାବି କରି ଆସୁଥିଲେ । ଏଥି ପାଇଁ ବସୁଧା ଯୋଜନାରେ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୧ କୋଟି ୩୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଓଭର ହେଡ୍ ଟ୍ୟାଙ୍କ ନିର୍ମାଣ କରି ଗାଁ କୁ ପାଇପ ଲାଇନ ଯୋଗେ ପାଣି ଯୋଗାଇ ଦେବାର ବ୍ୟବସ୍ଥା କରାହେଲା। ହେଲେ କାମ ସରିବାର ଅଳ୍ପଦିନ ପରେ  ପାଇପ ଫାଟି ଗାଁ ଦାଣ୍ଡରେ କୂତ୍ରିମ ବନ୍ୟା ସୃଷ୍ଟି କରୁଥିବା ଦେଖିବାକୁ ମିଳିଛି। ଏମିତିକି ଘର କୁ ସଂଯୋଗ ହୋଇଥିବା ପାଇପ ରେ ଟ୍ୟାପ ଲଗାଇ ନଥିବାରୁ ମନ ଇଚ୍ଛା ପାଣି ବୋହି ଚାଲିଛି । ଫଳରେ ଗାଁ ଦାଣ୍ଡରେ ମାସମାସ ଧରି ପାଣି ଜମି ରହୁଛି।

ଗାଁରେ ନଳକୂପ ଅଛି ମାତ୍ର ସେଥିରୁ ଫ୍ଲୋରାଇଡ ଯୁକ୍ତ ପାଣି ବାହାରୁଥିବା ଅଭିଯୋଗ ହୋଇଛି। ଏହାକୁ ଦୁଷ୍ଟିରେ ରଖି ଗାଁକୁ ପାଇପଯୋଗେ ପାଣଇ ସଂଯୋଗ ହୋଇଥିଲା। ମାତ୍ର ବସୁଧା ଯୋଜନାର ହୋଇଥିବା କାମ ନିମ୍ନ ମାନର ହୋଇଥିବାରୁ କାମର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି।  ଏବେ ଗାଁ ଦାଣ୍ଡ ଅବସ୍ଥା ଏମିତି ଯେ ଦେଖିଲେ ଲାଗୁଛି ଚାରିଆଡ ନର୍ଦ୍ଦମାମୟ। ଗାଁ ର ଏହି ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ  । ମୁନ୍ଦାଏ ପିଇବା ପାଣି ଯୋଗାଇ ଦେବା ପାଇଁ ସରକାରଙ୍କ ପାଖରେ ଦାବି କରିଥିଲେ। ହେଲେ ପ୍ରଶାସନ ପାଣିତ ଯୋଗାଇ ଦେଲେ ତା ସହଦେଲେ ନର୍ଦ୍ଦମା ବୋନସ। ଏବେ ପାଣି ସମସ୍ୟାରୁ ବଳିଗଲାଣି ନର୍ଦ୍ଦମା ସମସ୍ୟା। କାରଣ ଗାଁ ଦାଣ୍ଡର ଏଭଳି ଅସ୍ବାସ୍ଥ୍ୟକର ପରିବେଶ ଗ୍ରାମବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Water problem in Kalahandi | Argus News