Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉପାନ୍ତରେ ଜଳ ଯନ୍ତ୍ରଣା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଉପାନ୍ତରେ ଜଳ ଯନ୍ତ୍ରଣା

ଅର୍ଗସ ବ୍ୟୁରୋ:  ଉପାନ୍ତରେ ଜଳ ଯନ୍ତ୍ରଣା। ଫେଲ ମାରିଛି ସରକାରଙ୍କର ବସୁଧା ଯୋଜନା। ଗାଁରେ ବିଶୁଦ୍ଧ ପାନୀୟ ଜଳର ଦେଖା ଦେଇଛି ଘୋର ସମସ୍ୟା । ବଲାଙ୍ଗିର ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧର୍ଲା ପଂଚାୟତ ଆଦିବାସୀ ବହୁଳ ଚକନିପଦର ଗାଁ । ରାତି ପାହିଲେ ଏଠି ପାଣି ପଡେ ଭାଳେଣି। ଗରା,ବାଲଟି,ଡେକଚି ଧରି ମହିଳା ମାନେ ସକାଳୁ ଘଣ୍ଟା ଘଣ୍ଟା ଧରି ଲାଇନ୍ ଲଗାନ୍ତି ପାଇପ ଆଗରେ ।

ଗାଁରେ ଗୋଟିଏ ନଳକୂପ ଥିବା ବେଳେ ତାହାର ପାଣି ପିଇବା ପାଇଁ ଉପଯୋଗୀ ନୁହେଁ।  ସେପଟେ ପାଇପର ମଇଳା ପାଣି ବ୍ୟବହାର ଯୋଗୁଁ  ସ୍ଥାନୀୟ ଲୋକେ ବିଭିନ୍ନ ରୋଗ ରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି ।  ଗାଁରେ ପାଣି ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ପାଇଁ କାହାରି ଆନ୍ତରିକତା ନାହିଁ । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି। ଦୁର୍ଗମର ଗାଁରେ ଅପହଞ୍ଚ ରାଜ୍ୟ ସରକାରଙ୍କର ବସୁଧା ଯୋଜନା। ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଉପାନ୍ତବାସୀ। ପାଣି ପାଇଁ ଏଠି ହୁଏ ସଂଗ୍ରାମ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Water problem in kantabanji | Argus News