Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଖରା ଯାଇ ବର୍ଷା ଆସିଲା, ତଥାପି ଦୂର ହେଲାନି ଜଳକଷ୍ଟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଖରା ଯାଇ ବର୍ଷା ଆସିଲା, ତଥାପି ଦୂର ହେଲାନି ଜଳକଷ୍ଟ

ଅର୍ଗସ ବ୍ୟୁରୋ: କେନ୍ଦ୍ରାପଡ଼ା ରାଜନଗର ଡାଙ୍ଗମାଳ ପଞ୍ଚାୟତର ବଡ଼ଆଡିଆ ଗାଁରେ ଶୁଦ୍ଧ ପାନୀୟ ଜଳ ପାଇବା ବଡ଼ କଷ୍ଟ । ବର୍ଷ ବର୍ଷ ଧରି ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ l ଗାଁରେ ବସବାସ କରୁଥିବା ପ୍ରାୟ 1000 ରୁ ଉର୍ଦ୍ଧ ଲୋକେ ପାଣିପାଇଁ ଡହଳ ବିକଳ ହୁଅନ୍ତି । ଗାଁରେ ଥିବା 4 ଟି ନଳକୂପରୁ 3ଟି ଅଚଳ । ଆଉ ଗୋଟିଏ ନଳକୂପରୁ ବାହାରୁଛି ଲୁହା ଗୁଣ୍ଡ ମିଶା ଲୁଣି ପାଣି  l ମାତ୍ର ସେହି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ ।

ଅନ୍ୟପଟେ 25 ବର୍ଷ ପରେ ବି ଏହି ଗାଁର ଲୋକଙ୍କ ପାଖରେ ପହଞ୍ଚି ପାରିନାହିଁ ବସୁଧା ଯୋଜନା । ଏନେଇ ଲୋକେ ସ୍ଥାନୀୟ ଜନ ପ୍ରତିନିଧି ଠାରୁ ଆରମ୍ଭ କରି ପ୍ରଶାସନ ଓ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ କେବଳ ମିଳିଛି ମିଛ  ପ୍ରତିଶୃତି । ସେପଟେ ନଳକୂପ ମରାମତି ସହ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦେବାକୁ ଦାବି କରିଛନ୍ତି ଗ୍ରାମବାସୀ । ବାଇଟ -ଖଗେଶ୍ୱର ବାରିକ ଗ୍ରାମବାସୀ । 25 ବର୍ଷ ହେଲା.. ନା ସରପଞ୍ଚ ନା ବିଧାୟକ ନା ପ୍ରଶାସନ କେହି ବି ସେମାନଙ୍କ ସମସ୍ୟା ବୁଝିନାହାନ୍ତି । ଏବେ ଖବର ବାଜିବା ପରେ ଆଶା କରିବା ବଡ଼ଆଡିଆ ଗାଁରୁ ଦୂର ହେବ ଜଳ କଷ୍ଟ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
water problem in kendrapara | Argus News