Videos
|
Odisha

ନା ଅଛି ଆଲୁଅ, ନା ପିଇଵାକୁ ମିଳୁଛି ପାଣି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ନା ଅଛି ଆଲୁଅ, ନା ପିଇଵାକୁ ମିଳୁଛି ପାଣି

ଅର୍ଗସ ବ୍ୟୁରୋ:  କେନ୍ଦୁଝର ଆଦିବାସୀ ଅଧ୍ୟୁଷିତ ବରେଇଗୋଡା ପଞ୍ଚାୟତ ଅନ୍ତର୍ଗତ ତାଳପଦାର ଦୁର୍ଗମ "କଣ୍ଟାଝରୀ" ସାହି। ଆଜିବି ଏହି ଅଞ୍ଚଳବାସୀଙ୍କ ପାଇଁ ଚୁଆ ପାଣି ଭରସା। ସାହିରେ ପିଇବା ପାଣି ଯୋଗାଣ ପାଇଁ କିଛି ବ୍ୟବସ୍ଥା ନାହିଁ । ଫଳରେ ପାଖ ନାଳରୁ ଚୂଆ କରି ବର୍ଷ ଯାକ ପାଣି ବ୍ୟବହାର କରିଥାନ୍ତି ସାହିବାସୀ। ତେବେ  ବର୍ଷା ଦିନେ ଉତ୍କଟ ହେଉଛି ପାଣି ସମସ୍ୟା , ବର୍ଷାରେ ପାଣି ଗୋଳିଆ ହେଇ ଯାଉଛି ମାତ୍ର ଅନ୍ୟ କିଛି ସୁବିଧା ନଥିବାରୁ ଏହି ପାଣିକୁ ପିଇ ବଞ୍ଚୁଛନ୍ତି ଅଞ୍ଚଳବାସୀ । ସାହିରେ ଥିବା ଏକ ମାତ୍ର ନଳକୂପ ଦିର୍ଘ ଦିନରୁ ଅଚଳ ହୋଇ ପଡିରହିଛି। ମରାମତି ଅଭାବରୁ ଏଠି ଉଇ ହୁଂକା ହୋଇ ଗଲାଣି ମାତ୍ର ନା ହେଉଛି ମରାମତି ନା ପଡୁଛି ପ୍ରଶାସନର ନଜର।

ତାଳପଦା ଦୈତାରୀ ରାସ୍ତା ଠାରୁ ପାଖାପାଖି ଏକ କିଲୋମିଟର କଣ୍ଟାଝରୀ ପର୍ଯ୍ୟନ୍ତ ରାସ୍ତା ଏବଂ ପୋଲ ନିର୍ମାଣ ନିମନ୍ତେ ସରକାରଙ୍କ ତରଫରୁ ବ୍ୟୟବରାଦ କରାଯାଇଥିଲେ ସୁଦ୍ଧା ଏଯାଏଁ ରାସ୍ତା ନିର୍ମାଣ ହୋଇନାହିଁ । ଜଙ୍ଗଲି ରାସ୍ତାରେ ଜୀଵନକୁ ଵାଜି ଲଗାଇ ନାଳ ପାର କରୁଛନ୍ତି ସ୍ଥାନିୟ ଵାସିନ୍ଦା। ସେଭଳି ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇ ନଥିବାରୁ ଡିଵିରି ଆଲୁଅ ଏଠି ଏକମାତ୍ର ସାହାରା। ସଞ୍ଜ ନଇଁବା କ୍ଷଣି ଏଠି ପଡିଯାଏ ତାଟି କବାଟ । ରାତିର କିଟ ମିଟ ଅନ୍ଧାର ସହ ସରକାରୀ ଯୋଜନା ମଧ୍ୟ ଏଠି ଲୁଚକାଳି ଖେଳୁଛି। ଗୋଟିଏ ପଟେ ରାଜ୍ୟସରକାର ଆଦିବାସୀ ମାନଙ୍କ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ..ଏବେବି ଵିକାଶ ଠାରୁ ଵହୁ ଦୁରରେ ଆଦିବାସୀ ଜନଜାତି.. ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି କାର୍ଯ୍ୟ କରୁଥିବାବେଳେ ଦୈତାରୀ ଖଣିର ଛାତି ଉପରେ ଥିବା କଣ୍ଟାଝରୀ ଗାଁ ଖଣି ପ୍ରଭାବିତ ଅଞ୍ଚଳ ହୋଇଥିଲେ ସୁଦ୍ଧା ବିକାଶ ଶୂନ୍ୟ ହୋଇ ପଡିଛି। ତେବେ ତୁରନ୍ତ ଏସବୁ ସମସ୍ୟାର ସମାଧାନ କରିବା ପାଇଁ ନୂଆ ସରକାର ପାଖରେ ସାହିବାସୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: