Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ମନମୁଣ୍ଡାରେ ବି ଜଳକଷ୍ଟ

Odisha

ମନମୁଣ୍ଡାରେ ବି ଜଳକଷ୍ଟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ମନମୁଣ୍ଡାରେ ବି ଜଳକଷ୍ଟ

ଅର୍ଗସ ବ୍ୟୁରୋ: ଫେଲ ମାରିଚି ରାଜ୍ୟ ସରକାର ଙ୍କ ବସୁଧା ଯୋଜନା ପ୍ରକଳ୍ପ ଅଛି ପାଣି ନାହିଁ, କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ବର୍ଷ ବର୍ଷ ଧରି ପିଇବା ପାଇଁ ପାଇଁ ହନ୍ତସନ୍ତ ଗ୍ରାମବାସୀ l ମହାନଦୀ ଓ ତେଲନଦୀ କୂଳରେ ଗଢିଉଠିଛି ଐତିହାସିକ ସହର ମନମୁଣ୍ଡା । ହେଲେ ଘର ପଛପଟେ ଚିରସ୍ରୋତା ନଦୀଜଳ ବହିଯାଉଥିଲେବି ଏମାନେ କିନ୍ତୁ ଶୋଷିଲା । ସହରରେ ଥିବା କୂଅ ଓ ନଳକୂପର ପାଣି ଭାତ ରାନ୍ଧିବା ଉପଯୋଗୀ ନୁହେଁ । ଏଣୁ ପାନୀୟ ଜଳ ଓ ଖାଇବା ପାଣି ପାଇଁ ଏମାନଙ୍କୁ ନଦୀ ଉପରେ ହିଁ ନିର୍ଭର କରିବାକୁ ପଡେ ।

ବର୍ଷ ବର୍ଷ ଧରି ପିଇବା ପାଣି ସମସ୍ୟା, ଫେଲ ମାରିଛି ବସୁଧା ଯୋଜନା,  ମନମୁଣ୍ଡାବାସୀଙ୍କ ପାନୀୟ ଜଳ ସମସ୍ୟକୁ ଦୂର କରିବାକୁ ମନମୁଣ୍ଡାରେ ବସୁଧା ଜଳଯୋଗଣ ପ୍ରକଳ୍ପ ତ କରାଯାଇଛି କିନ୍ତୁ ତାହା କାମରେ ଆସୁନାହିଁ । ସେହିଭଳି ନିକଟ ଲୋକାପଡା ତେଲନଦୀ କୂଳରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପିତ ହୋଇଛି । କୋଟି କୋଟି ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ନିର୍ମାଣ ହୋଇଥିଲେବି ଆଜିଯାଏ ମନମୁଣ୍ଡାବାସୀଙ୍କ କାମରେ ଆସିପାରିନାହିଁ । ତେବେ ତୁରନ୍ତ ପିଇବା ପାଣି ଯୋଗାଇ ନ ଦେଲେ ଆନ୍ଦୋଳନ କରିବା ସହ ସାଧାରଣ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ଲୋକେ l

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
water problem in manamunda | Argus News