Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଚୁଆ ପାଣି ମେଣ୍ଟାଉଛି ଶୋଷ

Odisha

ଚୁଆ ପାଣି ମେଣ୍ଟାଉଛି ଶୋଷ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଚୁଆ ପାଣି ମେଣ୍ଟାଉଛି ଶୋଷ

ଅର୍ଗସ ବ୍ୟୁରୋ:  ଦୁର୍ଗମରେ ବସୁଧା ଯୋଜନାର ବିକଳ ଚିତ୍ର। ଅପହଞ୍ଚ ପାଇପ ପାଣି। ଚୁଆ ପାଣି ମେଣ୍ଟାଉଛି ଶୋଷ। ମୟୁରଭଞ୍ଜ ଠାକୁରମୁଣ୍ଡା ବ୍ଲକ ଶାଳଚୁଆ ପଞ୍ଚାୟତ ବାଲିଡିହ ଗାଁରେ ଉତ୍କଟ ପାନୀୟ ଜଳ ସମସ୍ୟା । ଫେଲ ମାରିଛି ବସୁଧା ଯୋଜନା। ବିଲ ପାଖରେ ଚୁଆ କରି ପାଣି ସଂଗ୍ରହ କରୁଛନ୍ତି ଅଞ୍ଚଳବାସୀ। ପାଣି କୁ ଦେଖିଲେ ଅନୁମାନ କରି ପାରୁଥିବେ ଏ ପାଣି କେତେ ସ୍ୱଚ୍ଛ। କପଡା ଛାଣି ଆଣିଲେ ବି ଆସୁଛି ଗୋଳିଆ ପାଣି। ମାତ୍ର ପାନୀୟ ଜଳର ବିକଳ୍ପ ନଥିବାରୁ ଏହି ପାଣି ବ୍ୟବହାର କରୁଛନ୍ତି ବାଲଡିହବାସୀ।

110 ପରିବାର ବସବାସ କରୁଥିବା ବାଲଡିହ ଗାଁରେ କେବଳ କାନ୍ଥ ଲିଖନରେ ସିମିତ ବସୁଧା ଯୋଜନା। ଆଜି ଯାଏ ବସୁଧା ଯୋଜନାରେ ପିଇଵା ପାଣି ଟୋପାଏ ଯୋଗାଇ ପାରିଲେ ନାହିଁ ସରକାର । ସେଭଳି ଗାଁରେ  ଦୁଇଟି ଗଭୀର ନଳକୂପ ରହିଛି। ସେଥିରୁ ଗୋଟିଏ ନଳକୂପ ଅଚଳ। ଅନ୍ୟ ନଳକୂପଟି ସୋଲାର ମାଧ୍ୟମରେ ପାଣି ଯୋଗାଇ ଦେଇଆସୁଥିବା ବେଳେ, କେହି ସୋଲାର ପ୍ଲେଟ ଗୁଡିକୁ ଚୋରାଇ ନେଇଛି। ଫଳରେ ପାଣି ପାଇଁ ଯାତନା ପାଉଛନ୍ତି ବାଲଡିହବାସୀ। ଅପହଞ୍ଚ ଇଲାକାରେ ଅପହଞ୍ଚ ସରକାରଙ୍କ ଯୋଜନା। ସରକାରଙ୍କ ମାଳମାଳ ଯୋଜନା ଏଠାରେ ଖାଲି ପ୍ରହସନ। ନିଜର ମୌଳିକ ସୁବିଧା ପାଇଁ ଏଠି ପ୍ରତି ମୁହୁର୍ତ୍ତରେ କରିବାକୁ ପଡେ ସଂଘର୍ସ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
water problem in mayurbhanj | Argus News