Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତି ପାହିଲେ ପାଣି ପାଇଁ ଡହଳ ବିକଳ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାତି ପାହିଲେ ପାଣି ପାଇଁ ଡହଳ ବିକଳ

ଅର୍ଗସ ବ୍ୟୁରୋ:  ରାତି ପାହିଲେ ପାଣି ପାଇଁ ଡହଳ ବିକଳ। ଚିନ୍ତା କେମିତି ସକାଳ ହେବ ଘରକୁ ପାଣି ମୁନ୍ଦାଏ ଆସିବ। ନଳକୂପ ପାଣି ଗାଁ ଲୋକଙ୍କୁ ନିଅଣ୍ଟ ହେଉଥିବା ବେଳେ ପରିତ୍ୟକ୍ତ ଗାଡିଆ ପାଣି ସାଜିଛି ସାହା ଭରସା। ଆଦିବାସୀ ଅଧୁସିତ ମୟୂରଭଞ୍ଜ ରାଇରଙ୍ଗପୁର ବ୍ଲକ ଭାଲୁବସା ନାଗଭଣର ଧଳାଡ଼ିହି ସାହିରେ ଦେଖିବାକୁ ମିଳିଛି ଏଭଳି ଦୁରାବସ୍ଥା। ଗାଁରେ ନଳକୂପ ଅଛି ମାତ୍ର ସେଥିରୁ ଅଳ୍ପଅଳ୍ପ ପାଣି ବାହାରୁଛି। ଫଳରେ ନଳକୂପରୁ ପାଣି ସଂଗ୍ରହ ପାଇଁ ଲମ୍ବାଲାଇନ ଦେଖିବାକୁ ମିଳୁଛି। ଗାଁ ରେ ଏକ ପୁରୁଣା କୂଅ ଅଛି ମାତ୍ର ସେବି ଖରା ପାଇଁ ସୁଖି ଯାଇଛି। ଫଳରେ ଗ୍ରାମବାସୀ ପାଣି ସଂଗ୍ରହ ପାଇଁ ରାତି ରାତି ଚାହିଁ କୂଅର ଜଳ ଉତ୍ସକୁ ଅପେକ୍ଷା କରୁଛନ୍ତି।

ଗାଁରେ ଗୋଟିଏ ସୋଲାର ପ୍ରକଳ୍ପ ଅଛି କିନ୍ତୁ ତାହା ମଧ୍ୟ ଦୀର୍ଘ ଦିନରୁ ଅଚଳ। ଗାଁରେ ପାଣି ଟାଙ୍କୀ ଅଛି । ଘରକୁ ଘର ପାଇପ  ଲାଇନ କନେକ୍ସନ ହୋଇଛି। ହେଲେ ସ ବୁ ଲୋକ ଦେଖାଣିଆ। ରାଇରଙ୍ଗପୁର ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଦ୍ବାରା ବ୍ଲକର ପ୍ରତ୍ୟେକ ପରିବାରର ଜଳ କଷ୍ଟ ଦୂର କରିବା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ୧୫/୦୨/୨୦୧୯ ମସିହାରେ ବୃହତ୍ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହୋଇ ଥିଲା । ଯାହାର ଅବଧି ଦୁଇ ବର୍ଷ ରହିଥିଲା । କିନ୍ତୁ ତାହା ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ । ଦୁଇ ବର୍ଷ ଯାଇ ୫ ବର୍ଷ ହେଲାଣି ସରିନି ପ୍ରକଳ୍ପ କାମ। ଏପଟେ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ଅଞ୍ଚଳବାସୀ। ଆଦିବାସୀ ଜନଜାତିଙ୍କୁ ଜଳ ଯନ୍ତ୍ରଣା। ପ୍ରକଳ୍ପ ହେଉଛି ହେଲେ ଲୋକଙ୍କ କାମରେ ଆସୁନି। ପାଣି ପାଇଁ ସଂଗ୍ରାମ କରୁଛନ୍ତି ଅଞ୍ଚଳ ବାସୀ। ଦିନ ରାତି ଘାରିଛି ପାଣି ଚିନ୍ତା।

ଅଧିକ ପଢ଼ନ୍ତୁ ଓଡିଶା ଖବର:
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
water problem in mayurbhanj | Argus News