Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଣି ପାଇଁ ଡହଳବିକଳ ଗ୍ରାମବାସୀ, ନଦୀ ପାଣିରେ ମେଣ୍ଟୁଛି ଶୋଷ 

Manini Pattanayak
Browse all articles by Manini Pattanayak
·2 years ago·1 min read
ପାଣି ପାଇଁ ଡହଳବିକଳ ଗ୍ରାମବାସୀ, ନଦୀ ପାଣିରେ ମେଣ୍ଟୁଛି ଶୋଷ 

ନବରଙ୍ଗପୁର: ବିଶୁଦ୍ଧ ଜଳ ଯୋଗାଣର ବିକଳ ଚିତ୍ର । ପାଣି ପାଇଁ ଡହଳବିକଳ ହେଉଛନ୍ତି  କୁମ୍ଭାରସାହିର ଗ୍ରାମବାସୀ।  ନଦୀ ପାଣିରେ ମେଣ୍ଟୁଛି ଶୋଷ । ଚାରି ବର୍ଷ ହେଲା ପାଣି ନାହିଁ କେତେବେଳେ ଚୁଆ ଖୋଳି ତ ଆଉ କେତେବେଳେ ନଦୀର ଗୋଳିଆ ପାଣି ହିଁ  ଗାଁ ଲୋକଙ୍କ ଭରଷା। ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜାନା କାହା ପାଇଁ ।  ଆଜକୁ ଚରି ବର୍ଷ ହେବ ପାନୀୟ ଜଳରୁ ବଞ୍ଚିତ । ପାଣି ଟୋପେ ପାଇଁ ହନ୍ତସନ୍ତ ଝରୀଗାଁ ବ୍ଲକ, ବେଲଗାଁ ଗ୍ରାମପଞ୍ଚାୟତର ଏହି ନୂଆଁ କୁମ୍ଭାରସାହି ର ଗ୍ରାମବାସୀ। ସରକାର ବିକାଶର ନାରା ପିଟୁଥିବା ବେଳେ ଏଠି ଦେଖିବାକୁ ମିଳିଛି ବିକାଶର ନଗ୍ନ ଚିତ୍ର ।  

ବେଲଗାଁର ଜଳକଷ୍ଟ । ଏଠି ଲୋକଙ୍କୁ ସତଉଛି ଜଳାଭାବ। ଆଜକୁ ଚାରି ବର୍ଷ ହେବ ବେଲଗାଁ ରୁ ପାଖାପାଖି କୋଡିଏ ପରିବାର ବସ୍ତି ବାନ୍ଧି ରହିଥିବା ବେଳେ ପାନୀୟଜଳର ସମସ୍ୟା ଲାଗି ରହିଛି । ଗାଁ ଠାରୁ ଦୁଇକିଲୋମିଟର ଚାଲିଲେ ମିଳେ ଚୁଆ ପାଣି । ଦୀର୍ଘ ଚାରିବର୍ଷ ଧରି ଜଳକଷ୍ଟ ଭୋଗୀଆସୁଥିବା ଶୁଣିନି ପ୍ରଶାସନ ଏନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।  ଗାଁ ଭିତରେ ଥିବା ନଳକୂଅକୁ ପାଣିପାଇଁ ଗଲେ କୋଡିଏ ପରିବାର କୁ ପାଣି ଦେବା ଲାଗି ଗାଁ ଲୋକେ ଅନିଚ୍ଛା ପ୍ରକାଶ କରୁଥିବା ବେଳେ ସମୟ ସମୟରେ ଘଣ୍ଟା ଘଣ୍ଟା ଧରି ଗାଁ ନଳକୂଅ ଆଗରେ ସେମିତି ଛିଡା ହେଵାକୁ ପଡୁଥିବା କହିଛନ୍ତି ଗ୍ରାମବାସୀ ।  ତେବେ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ କେବେ ବେଲଗାଁ ଗ୍ରାମବାସୀ ବିଶୁଦ୍ଧ ପାନୀୟ ଜଳ ପାଉଛନ୍ତି ନାଁ ସରକାର ସବୁ ଦେଖି ଚୁପ୍ ରହୁଛନ୍ତି । 

ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
water problem in Nabarangpur's belagaon gramapanchayat under kumbharsahi | Argus News