Videos
|
Odisha

ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ଗ୍ରାମବାସୀ

ଅର୍ଗସ ବ୍ୟୁରୋ:  ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ଗୋଚ୍ଛାବାରି ଗାଁରେ ଉତ୍କଟ ପାଣି ସମସ୍ୟା। ଗ୍ରାମବାସୀ ପାଣି ମୁନ୍ଦାଏ ପାଇଁ ଅନେକ ସମସ୍ୟା ଭୋଗୁଛନ୍ତି। ଗାଁରେ ୫ ଶହରୁ ଅଧିକ ପରିବାର ବାସ କରୁଥିବା ବେଳେ ବ୍ୟବହାର ପାଇଁ ରହିଛି ମାତ୍ର ୩ ନଳକୂପ। କିନ୍ତୁ ଗ୍ରାମବାସୀଙ୍କ କହିବା ଅନୁଯାୟୀ ସେହି ୩ ନଳକୂପ ଜଳ ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ। ଏହି ଦୂଷିତ ପାଣି ପିଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହେଉଛି। ତେଣୁ ମହିଳାମାନେ ପ୍ରତିଦିନ ନିକଟସ୍ଥ ନଦୀରୁ ଚୂଆ ଖୋଳି ସେଥିରୁ ପିଇବା ପାଇଁ ପାଣି ଆଣି ବ୍ୟବହାର କରୁଛନ୍ତି।

ପ୍ରବଳ ଖରା ଯୋଗୁଁ ପାଣି ସମସ୍ୟା ଦେଖାଦେଇଛି। ଗ୍ରାମରେ କୂଅ ଓ ନଳକୂପ ଥିଲେ ମଧ୍ୟ ପାଣି ପାଇଁ ଲୋକେ ଡହକବିକଳ ହେଉଛନ୍ତି। ଆଉ ଯେଉଁ ଗୋଟିଏ ନଳକୂପରୁ ପାଣି ବାହାରୁଛି ତାହା ପିଇବା ଯୋଗ୍ୟ ନୁହେଁ। ତେଣୁ ଗାଁଠାରୁ ଦୁଇ କିଲୋମିଟର ଦୂରରେ ଥିବା ଏକ ନଦୀରୁ ଚୁଆ ଖୋଳି ସେହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରୁଛନ୍ତି ଗ୍ରାମବାସୀ।ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ପଞ୍ଚାୟତ ପକ୍ଷରୁ ପାଇପ୍ ଲାଇନ ପକାଯାଇଛି। ସମସ୍ତଙ୍କ ଘର ଆଗରେ ପାଣି ପାଇଁ ଷ୍ଟାଣ୍ଡ ପୋଷ୍ଟ ବସା ଯାଇଛି, କିନ୍ତୁ ପାଣି ଆସୁନି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ସ୍ଥିତିରେ ସୁଧାର ଆସୁନି। ସମସ୍ତେ କହୁଛନ୍ତି ମେଗା ଜଳ ପ୍ରକଳ୍ପ ହେଲା ପରେ ପାନୀୟ ଜଳ ସମସ୍ୟା ସୁଧୁରିବ।

ବାରମ୍ବାର ଗ୍ରାମବାସୀ ସରପଞ୍ଚଠାରୁ ଆରମ୍ଭ କରି ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ। ତେବେ କେବେ ସରିବ ମେଗା ପ୍ରକଳ୍ପ ସେ ନେଇ ମଧ୍ୟ କୌଣସି ସଠିକ୍ ସୂଚନା ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

water problem in nayagarh | Argus News