Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି

Odisha

ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି

Manini Pattanayak
Browse all articles by Manini Pattanayak
·2 years ago·2 min read
ଲୋକଙ୍କ ଶୋଷ ମେଣ୍ଟାଉଛି ଚୁଆପାଣି

 ସମ୍ବଲପୁର: ୨୫ ବର୍ଷର ଅପାରଗତାର ନମୁନା । ରେଢ଼ାଖୋଲ ଗୋପାଳପୁର ଗାଁରେ ପଡ଼ିନି ବିକାଶର ପାଦଚିହ୍ନ । ପକ୍କା ଘର ଦିବା ସ୍ବପ୍ନ, ନାହିଁ ସବୁଦିନିଆ ରାସ୍ତା । ଚୁଆ ପାଣିରେ ମେଣ୍ଟୁଛି ଲୋକଙ୍କ ଶୋଷ । ବିଜେଡି ସରକାର ଉପରେ ବଢୁଛି ଲୋକଙ୍କ ଆକ୍ରୋଶ । ରାସ୍ତା, ପାଣି ସୁବିଧା ନ ହେଲେ ଭୋଟ୍ ବର୍ଜନ ପାଇଁ ଲୋକଙ୍କ ଚେତାବନୀ । ରେଢ଼ାଖୋଲ ନିର୍ବାଚନମଣ୍ଡଳୀ ନାକଟିଦେଉଳ ବ୍ଲକର  ଗୋପାଳପୁର ଗାଁ, ଯେଉଁ ଗାଁକୁ ଯିବାକୁ ପକ୍କା ରାସ୍ତାଟିଏ ନାହିଁ। ପାହାଡ ଜଙ୍ଗଲ ଘେରା ଗୋପାଳପୁର ଗାଁରେ ବାଟବଣା ବିକାଶ।  ରାସ୍ତା କହିଲେ, ଏହି ଅଣଓସାରିଆ କଚ୍ଚା ମାଟି ରାସ୍ତା । ଖରାଦିନେ ତ ଚଳିଯାଉଛି କିନ୍ତୁ ବର୍ଷାଦିନେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ । ଏବେ ବି ଆମ୍ବୁଲାନ୍ସ ଆସିଲେ ଅଧାବାଟ ଯାଏଁ ହିଁ ଆସିପାରେ। ବାକି ବାଟ ରୋଗୀଙ୍କୁ ସେଯାଏଁ ବୋହିକରି ନେବାକୁ ପଡିଥାଏ। ପକ୍କା ସଡକଟିଏ ଗାଁକୁ ଏବେଯାଏଁ ହୋଇପାରିନି । ନା ପକ୍କା ସଡକ ଅଛି ନା ପାନୀୟ ଜଳର ବ୍ୟବସ୍ଥା ।

ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି ଗୋପାଳପୁର ଗାଁ ଲୋକେ। ଏଠାକାରା ଲୋକଙ୍କ ପାଇଁ ପକ୍କାଘର ସ୍ବପ୍ନ । ମୁଣ୍ଡ ଗୁଞ୍ଜିବାକୁ ସାହାରା ଏହି ଝାଟିମାଟି ଘର।  ସେଥିପାଇଁ  କେତେବେଳେ ଜଙ୍ଗଲୀ ଜନ୍ତୁ ଘରେ ପଶିଯିବାର ଭୟ ଆଉ କେତେବେଳେ ଜଙ୍ଗଲୀ ହାତୀ ଘର ଭାଙ୍ଗିଦେବାର ଭୟରେ ଲୋକଙ୍କ ଆଖିରେ ନିଦ ନାହିଁ। ସ୍ଥାନୀୟ ଜନପ୍ରତିନିଧି ଓ ରାଜ୍ୟର ବିଜେଡି ସରକାରଙ୍କ ଅପାରଗତାର ଭୟାବହ ପରିଣାମ ଭୋଗୁଛନ୍ତି ଗୋପାଳପୁରବାସୀ । ଗ୍ରାମବାସୀଙ୍କ ଅଭିଯୋଗ ବର୍ଷ ବର୍ଷ ଧରି ବିଜେଡିକୁ ଭୋଟ୍ ଦେଇଥିବାର ଫଳ ଭୋଗୁଛୁ। ଏଥର ରାସ୍ତା ଓ ପାଣି ନାହିଁ ତ ଭୋଟ୍ ନାହିଁ ।  ଭୋଟ୍ ପୂର୍ବରୁ ପ୍ରତିଶ୍ରୁତିର ବର୍ଷା। କିନ୍ତୁ ଭୋଟ୍ ପରେ ପଚାରେ କିଏ  ? ମିଛୁଆ ବିଜେଡି ସରକାରଙ୍କ ଅସଲ ଚେହେରା ଦେଖିସାରିଲେଣି ରେଢାଖୋଲ ବାସିନ୍ଦା । ସମସ୍ତଙ୍କ ମୁହଁରେ ଏବେ ପରିବର୍ତ୍ତନର ସ୍ବର । ୨୫ ବର୍ଷର ପ୍ରତାରଣା।  ବିଜେଡି ଶାସନରେ ଇଏ କେମିତିକା ବିକାଶ ?  କେବେ ସୁଧୁରିବ ଗୋପାଳପୁର ଗାଁର ସ୍ଥିତି ?

ଅଧିକ ପଢନ୍ତୁ ଓଡ଼ିଶା ଖବର  
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
water problem in redhakhol sambalpur | Argus News