Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସୁନାବେଡ଼ା ଅଭୟାରଣ୍ୟରେ ଜଳକଷ୍ଟ

Odisha

ସୁନାବେଡ଼ା ଅଭୟାରଣ୍ୟରେ ଜଳକଷ୍ଟ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ସୁନାବେଡ଼ା ଅଭୟାରଣ୍ୟରେ ଜଳକଷ୍ଟ

ଅର୍ଗସ ବ୍ୟୁରୋ:  ଗାଁ ମୁଣ୍ଡରେ ପାହାଡ଼ ଭଳି ଛିଡା ହୋଇଛି ବସୁଧା ଯୋଜନାର ଉଭର ହେଡ୍ ପାଣି ଟାଙ୍କି। ଘର ସାମନାରେ ବିଛା ଯାଇଛି ପାଣି ପାଇପ୍ । ମାତ୍ର ଆସୁନି ପାଣି। କାଁ ଭା ଯଦି ପାଣି ଆସୁଛି ସେହି ପାଣି ଫ୍ଲୋରାଇଡ ଯୁକ୍ତ ହୋଇଥିବାରୁ ବ୍ୟବହାର ହୋଇ ପାରୁନି। ଫଳରେ ଗାଁ ନିକଟରେ ଥିବା କୂଅ ପାଲଟିଛି ଲାଇଫ୍ ଲାଇନ୍। ଏଠାରୁ ପାଣି ନେବା ପାଇଁ ଲାଗୁଛି ମହିଳାଙ୍କ ଲମ୍ବା ଲାଇନ ।

ନୂଆପଡା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ପଞ୍ଚାୟତ ଗାତିବେଡା ଗାଁ । ସୁନାବେଡା ଅଭୟାରଣ୍ୟ ଭିତରେ ଅବସ୍ଥିତ ଗାତିବେଡା ଗାଁରେ ୩ଟି ପଡା ମକରଦମ ପଡା, ଦୋହେଲପଡା ଓ ସରଗିପଡା । ଦୁଇ ୱାର୍ଡ ବିଶିଷ୍ଟ ଗାଁରେ ୨ଶହ ପରିବାରର ଏକ ହଜାରରୁ ଊର୍ଦ୍ଧ୍ଵ ଜନସଂଖ୍ୟା ରହିଥ‌ିବା ବେଳେ ୧୨ଟି ନଳକୂଅ ରହିଛି। ସେଥି ମଧ୍ୟରୁ ୨ଟି ସମ୍ପୂର୍ଣ ଅଚଳ ହୋଇଯାଇଥିବା ବେଳେ ବାକି ନଳକୂଅରେ ଅଳ୍ପ ଅଳ୍ପ ପାଣି ବାହାରୁଛି ଫଳରେ ଅଞ୍ଚଳରେ ଜଳ କଷ୍ଟ ଦେଖା ଦେଇଛି।

ଗାଁରେ ବସୁଧା ଯୋଜନାରେ ଓଭର ଟାଙ୍କି ନିର୍ମାଣ ହୋଇ ପାଇପ ମଧ୍ୟ ବିଛାଯାଇଛି। ପରୀକ୍ଷା ମୂଳକ ଭାବେ ଗୋଟିଏ ସପ୍ତାହ ପାଣି ମଧ୍ୟ ଗାଁକୁ ଦିଆଯାଇଥିଲା। ମାତ୍ର ପରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁ ପାଣି ଆସୁ ନାହିଁ। ଏପଟେ ବିଛା ଯାଇଥିବା ପାଣି ପାଇପ ମଧ୍ୟ ଅନେକ ସ୍ଥାନରେ ଫଟି ଗଲାଣି ।ତାର ମରାମତି ପାଇଁବି କେହି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି। ଜଙ୍ଗଲ ଭିତରେ ଜଳଚିନ୍ତା। ବସୁଧା ପହଞ୍ଚିଲା ହେଲେ ଆସିଲାନି ପାଣି। ପ୍ରଶ୍ନ ଉଠୁଛି ଏମିତି ଆଉ କେତେଦିନ। କେବେ ଦୁର ହେବ ସୁନାବେଡ଼ା ଅଭୟାରଣ୍ୟରେ ଥିବା ବନବାସୀଙ୍କ ପାଣି ସମସ୍ୟା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
Water problem in Sunabeda Sanctuary | Argus News