ପଦାରେ ପଡିଛି ରାଜ୍ୟ ସରକାରଙ୍କ ବିକାଶର ଗୁମର କଥା
·2 years ago

ଅର୍ଗସ ବ୍ୟୁରୋ: ପଦାରେ ପଡିଛି ରାଜ୍ୟ ସରକାରଙ୍କ ବିକାଶର ଗୁମର କଥା । ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ନିର୍ବାଚନ ମଣ୍ଡଳୀରେ ଜଳ ସମସ୍ୟା l ସଇଁନ୍ତଲା ବ୍ଲକ କନ୍ଦକେଲଗା ପଂଚାୟତ ଲାଚୁଟ ଗାଁ ଲୋକଙ୍କ ପାଇଁ ଶୋଷ ମେଣ୍ଟାଉଛି ବାଳୀଚୁଆ ପାଣି। ଚୁଆଁରୁ ପାଣି ସଂଗ୍ରହ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ମଧ୍ୟ ପଡୁଛି। 400 ରୁ ଅଧିକ ପରିବାର ଲାଚୁଟ ଗାଁରେ ରହୁଛନ୍ତି ।
କିନ୍ତୁ ଗାଁରେ ଥିବା ନଳକୂଅରୁ ଭଲ ପାଣି ବାହାରୁ ନ ଥିବା ଯୋଗୁଁ ନଦୀରୁ ପାଣି ଆଣିବାକୁ ବାଧ୍ୟ ହେଉଛୁ ବୋଲି ଲୋକମାନେ କହିଛନ୍ତି । ଏନେଇ ସେମାନେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି । ନିର୍ବାଚନ ପୂର୍ବରୁ ପାଣି ନ ମିଳିଲେ ଭୋଟ୍ ବର୍ଜନ କରିବାକୁ ସେମାନେ ଚେତବାନୀ ଦେଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: