Videos
|
Odisha

ଘରକୁ ନାହିଁ ପାଣି କି ଜମିକୁ ନାହିଁ ପାଣି

Manini Pattanayak
Browse all articles by Manini Pattanayak
·2 years ago·2 min read
ଘରକୁ ନାହିଁ ପାଣି କି ଜମିକୁ ନାହିଁ ପାଣି

ଭୁବନେଶ୍ୱର:  ବିଜେଡି ସରକାରର ପାଣି ଧୋକା । ଘରକୁ ନାହିଁ ଜଳ କି ଜମିକୁ ନାହିଁ ଜଳ । ଛେଣ୍ଡିପଦାରେ 9 ବର୍ଷ ହେଲା ଟାଙ୍କିରେ ସୀମିତ ବସୁଧା । ଖରାଦିନେ ଶୋଷରେ ଡହଳ ବିକଳ 4 ଶହ ପରିବାର । ସେପଟେ ଜମିକୁ ପାଣି ଦେବେ କହି ଟଙ୍କା ନେଇ ଚାଷୀଙ୍କୁ ବି ଠକି ଦେଲେ ରାଜ୍ୟ ସରକାର  ।   ଛେଣ୍ଡିପଦାର ଉଗୀରେ 2016 ରେ ନିର୍ମାଣ ହୋଇଥିଲା ଏ ଦୁଇଟି  ଓଭର ହେଡ ପାଣି ଟାଙ୍କି.. ଖର୍ଚ୍ଚ ହୋଇଥିଲା 3 କୋଟି 50 ଲକ୍ଷ ଟଙ୍କା.. ଉଦ୍ଦେଶ୍ୟ ଥିଲା ଗାଁ ର ପ୍ରତି ପରିବାର ପାଖରେ ପାଇପ ଯୋଗେ ପିଇବା ପାଣି ପହଁଞ୍ଚିବ... ହେଲେ ନିର୍ମାଣ ହେବାର 9 ବର୍ଷ ପରେ ବି ଗୋଟିଏ ଦିନ ବି ପାଣି ଗଲା ନି ଗାଁକୁ...  ଜିଲ୍ଲା ଖଣିଜ ପାଣ୍ଠିର ଅର୍ଥରେ ଗାଁକୁ ଶୁଦ୍ଧ ପିଇବା ପାଣି ପାଇଁ ଯୋଜନା ହୋଇଥିଲା ।  4 ଶହ ପରିବାର ପାଖରେ ପାଣି ପହଁଞ୍ଚିଥାନ୍ତା। 

ଯେଉଁ ଦିନରୁ  ଯୋଜନାର ଆରମ୍ଭ ସେହିଦିନ ହିଁ ସମାଧି। ଅର୍ଥାତ କୋଟି କୋଟି ଟଙ୍କା ବ୍ୟରେ ଗାଁ ଭିତରେ ପାଇପ ପଡିଲା.. ଷ୍ଟାଣ୍ଡ ପୋଷ୍ଟ ତିଆରି ହେଲା କିନ୍ତୁ ପାଣି ଆସୁନି।  ଏବେ ଆସନ୍ତୁ ଦେଖିବା ଜମିକୁ ଜଳ ଯୋଗାଣର ସତ... ବିଜୁ କୃଷକ  ଯୋଜନାରେ ଜମିକୁ ପାଣି ଦେବାରୁ ସରକାର କରିଥିଲେ ଯୋଜନା.. ଗାଁର ଚାଷୀ ଏକାଠି ହୋଇ  ଟଙ୍କା ଜମା କରିବା ପରେ ବିଲ ମୁଣ୍ଡରେ ବସିଥିଲା ଏପରି ଉଠା ଜଳସେଚନ ପ୍ରକଳ୍ପ... 5 ଜଣ ଚାଷୀ ଏକାଠି ହୋଇ 20 ହଜାର ଟଙ୍କା ଜମା କରିଥିଲେ.. ହେଲେ ଯେଉଁଦିନ ଏ ଖୋଳା ହେଲା  ଓ ବିଜୁଳି ସଂଯୋଗ ହେବା ଦିନ ହିଁ ବନ୍ଦ ହୋଇଗଲା।  ଏ କେବଳ  ଜଣେ ଚାଷୀ କି ଗୋଟିଏ ଉଠା ଜଳ ସେଚନ ଯୋଜନାର ଦୁର୍ଦଶା ନୁହେଁ...ଏମିତି ଉଗୀରେ କେବଳ 10 ଟି ପ୍ରକଳ୍ପ ସଂପୂର୍ଣ ଅଚଳ। ବିଲକୁ ମୁନ୍ଦେ ପାଣି ମାଡୁନି.. ଯେଉଁ ଉଦ୍ଦେଶ୍ୟରେ ଯୋଜନା ଆରମ୍ଭ ହୋଇଥିଲା ଦିନ ଟିଏ ବି ଚାଷୀଙ୍କ କାମରେ ଲାଗିଲାନି.. ଫଳରେ ଶୁଖିଲା ପଡିଛି ଜମି.. ଯେଉଁଠି ଚାଷୀ ନିଜ ଉଦ୍ୟମରେ ପିଆଜ କିମ୍ବା ଅନ୍ୟ ଫସଲ କରିଛନ୍ତି ପାଣି ଅଭାବରୁ ଅମଳ ଭଲ ହେଉନି।   ସାରା ରାଜ୍ୟରେ ବସୁଧାର  ପ୍ରଚାରରେ ଶତମୁଖ ବିଜେଡି ସରକାର. ଖୋଦ ମୁଖ୍ୟମନ୍ତ୍ରୀ ବି ଶୁଦ୍ଦ ପିଇବା ପାଣି ହାତ ପାଆନ୍ତାରେ ପହଁଞ୍ଚାଉଛନ୍ତି ବୋଲି  ଖୋଦ ମୁଖ୍ୟମନ୍ତ୍ରୀ ବି ବିଜ୍ଞାପନ ମାଧ୍ୟମରେ  ନେଉଛନ୍ତି ବାହାବା.।  ହେଲେ ଭାତ ହାଣ୍ଡିରୁ ଗୋଟିଏ ଚିପିବା ପରି ଚେଣ୍ଡିପଦାର ଉଗୀ ଗାଁରେ ବସୁଧାର ବାସ୍ତବତା ମିଛ ପ୍ରଚାରର ପୋଲ ଖୋଲିଛି।   ସେହିପରି  ଚାଷୀଙ୍କ ଜଳସେଚନ ଦୁଃଖ ହିଁ ବଖାଣୁଛି କାହିଁକି ବଢୁନି ରାଜ୍ୟରେ ଚାଷୀଙ୍କ ଆୟ। 
 ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: