ଦୁର୍ଗମରେ ଜଳ କଷ୍ଟ, ବସୁଧା ଯୋଜନା ମାରିଚି ଫେଲ୍

ଅର୍ଗସ ବ୍ୟୁରୋ: ଗଜପତି ଜିଲ୍ଲା ନୂଆଗଡ ବ୍ଲକ୍ ବେତାରସିଂ ଗ୍ରାମ ପଞ୍ଚାୟତର ବସୁଧା ପ୍ରକଳ୍ପ । ନିର୍ମାଣ ହୋଇ ଦୀର୍ଘ 3 ବର୍ଷ ବିତିଯାଇଥିଲେ ମଧ୍ୟ ଯୋଗାଇ ପାରୁନି ବିଶୁଦ୍ଧ ପାନୀୟ ଜଳ । ଗ୍ରାମ ପଞ୍ଚାୟତ ର ମୁଖ୍ୟ ପେଣ୍ଠ ସ୍ଥଳରେ ରହିଛି ଏଭଳି ଅବସ୍ଥା । ତେବେ ପଞ୍ଚାୟତର ଅନ୍ୟ ଗ୍ରାମଗୁଡିକ କିଭଳି ଥିବ । ବୋର୍ ରହିଛି ମଟର ଲାଗିଚି ସୋଲାର ଲାଗିଚି ଏପରିକି ସୂଉଚ୍ଚ ପାହାଡ ଉପରେ ପାଣି ଟାଙ୍କି ମଧ୍ୟ ରହିଛି କିନ୍ତୁ କିଛି କାମକୁ ନୁହଁ । ଲୋକଙ୍କୁ ଆଜି ଯାଏ ପାଣି ଟୋପେ ମିଳି ପାରୁନି । ଫଳରେ ପନୀୟ ଜଳ ମୁନ୍ଦେ ପାଇଁ ହଇରାଣ ହେଉଛନ୍ତି ସ୍ଥାନୀୟ ବାସିନ୍ଦା।
ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ବଳି ପଡ଼ୁଛନ୍ତି ନିରୀହ ଆଦିବାସୀ । ଦୁର୍ଗମ ଅଞ୍ଚଳ କହି ନିମ୍ନ ମାନର କାମ , ଖାମଖିଆଲ କାମ କରି ଠିକାଦାର ଛୁ । ପ୍ରକଳ୍ପ ହୋଇଛି କିନ୍ତୁ ଆସୁନି ଲୋକଙ୍କ କାମରେ । ଗ୍ରାମବାସୀ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ପର୍ଯ୍ୟନ୍ତ ସମସ୍ତଙ୍କୁ ନେହୁରା ହେଉଥିଲେବି କେହି ସମସ୍ୟା ସୁଣୁ ନଥିବା ଅଭିଯୋଗ ହୋଇଛି। ପ୍ରଚାର ପ୍ରସାରରେ ସିମିତ ନବୀନ ସରକାର। ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ପ୍ରକଳ୍ପ ହୋଇଛି ହେଲେ ଆସୁନି ଲୋକଙ୍କ କାମରେ। ଏମିତିରେ ବିଜେଡିର ବିକାଶ ନାରା ଏଠିକା ଲୋକଙ୍କ ପାଇଁ ପାଲଟିଛି ପ୍ରହସନ। ଏବେ ବିଜେଡି ସରକାର ଉପରେ ଭରଷା ତୁଟାଇ ମୋହନ ସରକାରଙ୍କୁ ଭରଷା ରଖିଛନ୍ତି ବେତାରସିଂ ପଞ୍ଚାୟତ ବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: