Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆମକୁ ସମର୍ଥନ ଦରକାର ନାହିଁ, ବିଜେପି ଏକା ଲଢିବ ଜିତିବ :-ମନମୋହନ ସାମଲ

Odisha

ଆମକୁ ସମର୍ଥନ ଦରକାର ନାହିଁ, ବିଜେପି ଏକା ଲଢିବ ଜିତିବ :-ମନମୋହନ ସାମଲ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଆମକୁ ସମର୍ଥନ ଦରକାର ନାହିଁ, ବିଜେପି ଏକା ଲଢିବ ଜିତିବ :-ମନମୋହନ ସାମଲ

ଅଧିକ ପଢନ୍ତୁ :  ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱକୁ ବିଜେଡିର ସମର୍ଥନ ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ସେ କହିଛନ୍ତି, ଆମ ପାଖରେ ପ୍ରସ୍ତାବକ ଅଛନ୍ତି, ଆମେ ପ୍ରାର୍ଥୀ ଦେଲୁ | କାହାକୁ ଆମେ ସମର୍ଥନ ମାଗି ନାହୁଁ | ବିଜେପି ରାଜ୍ୟସଭା ଲଢ଼ିବ ଏବଂ ଜିତିବ | ପାଲିଟିକାଲ ସିନାରିଓରେ ଆମେ ଜିତିବୁ ବୋଲି କହିଛନ୍ତି ମନମୋହନ । ସେ ଆହୁରି ମଧ୍ୟ କହିଛନ୍ତି, ବିଜେପି ଏକାକୀ ହିଁ ଲଢ଼ିବ | ସମର୍ଥନ କିଏ ଦବ ନ ଦବ, ମେଣ୍ଟ କଥା ସେଥିରେ କେଉଁଠୁ ଆସିଲା ? ସମର୍ଥନ ଆମେ ମାଗିନୁ, କିଏ ସମର୍ଥନ ଦେବ ଆମେ କଣ ମନା କରିବୁ | ସେମାନଙ୍କୁ ପଚାରନ୍ତୁ, ସେମାନେ କାହିଁକି ସମର୍ଥନ ଦେଲେ | ଆମେ ତ ସମର୍ଥନ ମାଗି ନାହୁଁ | କାହାରି ସମର୍ଥନ ଆମେ ଲୋଡ଼ିନୁ ବିଜେପି ଏକାକୀ ଲଢ଼ିବ | ଯଦି କାହାର ଲଢ଼ିବାର ଅଛି, ଆସନ୍ତାକାଲି ନୋମିନେସନ ଅଛି କର ଏବଂ ଲଢ଼ ।

ଅଧିକ ପଢନ୍ତୁ : ଓଡ଼ିଶାରୁ ନିର୍ବାଚନ ଲଢିବେ ଅଶ୍ବିନୀ ବୈଷ୍ଣବ

ଅଶ୍ୱିନୀ ବୈଷ୍ଣବଙ୍କ ରାଜ୍ୟ ସଭା ପ୍ରାର୍ଥୀତ୍ୱକୁ ବିଜେଡିର ସମର୍ଥନ ପରେ ନିର୍ବାଚନରେ କୌଣସି ପ୍ରଭାବ ପଡ଼ିବ ନାହିଁ | କର୍ମୀ ମୈଦାନକୁ ଓଲ୍ହାଇ ପଡିଲେଣି | ଲୋକେ ଚାହୁଁଛନ୍ତି ବିଜେପି ସରକାର କରିବ |  କଂଗ୍ରେସ ସାର୍ଟିଫିକେଟରେ ଆମେ ବଞ୍ଚି ନାହୁଁ | କଂଗ୍ରେସ ର କୁ ଶାସନ ଏବଂ ଦୁର୍ନୀତିକୁ ବିରୋଧ କରି 75 ବର୍ଷ ଧରି ବଞ୍ଚି ଆସିଛୁ | ଆମେ କଂଗ୍ରେସ ସହିତ କମ୍ପରମାଇଜ କରିନାହୁଁ | ଜନସଙ୍ଘ ଯିଏ କଂଗ୍ରେସ ସହିତ ବୁଝାମଣା କରିନାହୁଁ |

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
We don't need support, BJP will fight alone and win:-Manmohan Samal | Argus News