Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାର ପ୍ରାକୃତିକ ସଂପଦକୁ ଓଡ଼ିଶାର ସାମର୍ଥ୍ୟ ବନାଇବୁ

Rashmita Mishra
Browse all articles by Rashmita Mishra
·1 year ago·1 min read
ଓଡ଼ିଶାର ପ୍ରାକୃତିକ ସଂପଦକୁ ଓଡ଼ିଶାର ସାମର୍ଥ୍ୟ ବନାଇବୁ

ଅର୍ଗସ ବ୍ୟୁରୋ: ‘ସୁଭଦ୍ରା’ ବ୍ୟତୀତ ଏକାଧିକ ଲୋକହିତକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । Awaas Appର ଶୁଭାରମ୍ଭ କରିବା ସହ PMAY ହିତାଧିକାରୀଙ୍କୁ ଗୃହ ଚାବି ବଣ୍ଟନ କରିଛନ୍ତି ପ୍ରଧାନମନ୍ତ୍ରୀ । PMAY-Gରେ ୧୩ ଲକ୍ଷ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିଛି । ଏଥିସହ PMAYର ୨୬ ଲକ୍ଷ ଲୋକଙ୍କ ଗୃହ ପ୍ରବେଶ ହୋଇଛି ।.. PMAY-Urban 2.O ଗାଇଡଲାଇନର ବି ଲଞ୍ଚ୍ କରିଛନ୍ତି ପିଏମ୍ ।ତାଛଡ଼ା ଏକାଧିକ ରେଲୱେ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି । ସ୍ବାସ୍ଥ୍ୟ, ସାମାଜିକ ଓ ଆର୍ଥିକ ସୁରକ୍ଷାର ଗ୍ୟାରେଣ୍ଟି ଦେବା ସହ ଗରିବଙ୍କ ଜୀବନର ପରିବର୍ତ୍ତନ ହିଁ ବିକଶିତ ଭାରତର ପ୍ରକୃତ ଶକ୍ତି ହେବ ବୋଲି ସୁଭଦ୍ରା ଶୁଭାରମ୍ଭ ଅବସରରେ କହିଛନ୍ତି ପ୍ରଧାନମନ୍ତ୍ରୀ । 

ଏଥିସହ ପିଏମ୍ କହିଛନ୍ତି, ଓଡ଼ିଶାରେ ସବୁ ପ୍ରକାର ସଂପଦ ଭରପୁର ହୋଇ ରହିଛି ।... ବିଗତ ୧୦ ବର୍ଷରେ ଓଡ଼ିଶାକୁ ସର୍ବାଧିକ ଅନୁଦାନ ଦିଆଯାଇଛି । ୧୦ ବର୍ଷରେ ଯାହା ମିଳୁଥିଲା, ଏବେ ତା ଠାରୁ ଅଧିକ ମିଳୁଛି । ଓଡ଼ିଶାବାସୀ ଏବେ ଆୟୁଷ୍ମାନ ଭାରତ ସୁବିଧା ବି ପାଇବେ । ୭୦ ବର୍ଷରୁ ଅଧିକ ସମସ୍ତ ବୟସ୍କଙ୍କୁ ଆୟୁଷ୍ମାନ ଭାରତ ସୁବିଧା ମିଳିବ ।.. ୫ ବର୍ଷରେ ଓଡ଼ିଶାରେ ରେଲ୍‌ ଓ ରୋଡ୍‌କୁ ନୂଆ ସୋପାନକୁ ନେବୁ । ପୁରୀ-କୋଣାର୍କକୁ ରେଳ ଚାଲିବା ଆଉ ବେଶୀ ଦୂର ନୁହେଁ । ବିଭିନ୍ନ ପ୍ରକଳ୍ପ ଯୋଗୁଁ ଓଡ଼ିଶାର ଯୁବକଙ୍କୁ ରୋଜଗାର ମିଳିବ । ଏକାଠି ମିଶି ଓଡ଼ିଶାକୁ ସୁନାର ଓଡ଼ିଶା ବନାଇବା, ଯାହାକୁ ସାରା ଦୁନିଆ ଦେଖିବ ବୋଲି ମୋଦି କହିଛନ୍ତି 

ଖୁବ୍ ଶୀଘ୍ର ଓଡ଼ିଶାକୁ ମିଳିବ ହାଇଟେକ୍-ନମୋ ଭାରତ୍ ରାପିଡ୍ ରେଳ । ଏଇ ଆଧୁନିକ ଭିତ୍ତିଭୂମି ଓଡ଼ିଶା ପାଇଁ ନୂଆ ସମ୍ଭାବନାର ରାସ୍ତା ଖୋଲିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
 

Sponsored
we-will-make-the-natural-resources-of-odisha-the-potential-of-odisha | Argus News