Videos
|
Odisha

ବଙ୍ଗୋପସାଗରରେ ଦୁର୍ବଳ ଲଘୁଚାପ ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବଙ୍ଗୋପସାଗରରେ ଦୁର୍ବଳ ଲଘୁଚାପ ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା

ଅର୍ଗସ ବ୍ୟୁରୋ:  ବଙ୍ଗୋପସାଗରରେ ଦୁର୍ବଳ ଲଘୁଚାପ ଫଳରେ ରାଜ୍ୟରେ ନିଅଣ୍ଟିଆ ବର୍ଷା । ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବା ବେଳେ ୭ ତାରିଖ ପରେ ବଙ୍ଗୋପସଗରରେ ସୃଷ୍ଟି ହୋଇପାରେ ଆଉ ଏକ ଘୂର୍ଣ୍ଣିବଳୟ। ଏହି ଘୂର୍ଣ୍ଣିବଳୟ ଭରଣା କରିପାରେ ନିଅଣ୍ଟିଆ ବର୍ଷା । ଏପରି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜୁନ ୮ ନିର୍ଦ୍ଧାରିତ ସମୟରେ ଓଡ଼ିଶା ଛୁଇଁଥିଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନ ରହିଥିଲା ଜୁନ୍‌ ମାସରେ ହେବ ସ୍ବାଭାବିକ ବର୍ଷିବ। ମାତ୍ର ତାହା ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷାରେ ଶେଷ ହୋଇଛି ।

ପାଖାପାଖି ଦୁଇ ସପ୍ତାହ ଧରି ଓଡ଼ିଶାରୁ ମୌସୁମୀ ଉଭାନ ହେବା ପରେ ଯେଉଁ ବର୍ଷା ହେଲା ତାହା ସମୁଦ୍ରକୁ ଶଙ୍ଖେ ଭଳି । ବର୍ତ୍ତମାନ ୧୭ ଜିଲ୍ଲାରେ ନିଅଣ୍ଟିଆ ସ୍ଥିତି ସହ ମୟୂରଭଞ୍ଜର ସ୍ଥିତି ଉତ୍କଟ। ଚାଷୀମାନେ ଏଯାଏ ଧାନ ତଳି ପକାଇବା ଆରମ୍ଭ କରିପାରି ନାହାନ୍ତି । କେବଳ ମୟୂରଭଞ୍ଜ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ପରିମାଣ ୬୫% ଥିବାବେଳେ ବାଲେଶ୍ବରରେ ୫୭%, ଭଦ୍ରକରେ ୪୪%, କେନ୍ଦ୍ରାପଡ଼ାରେ ୩୯%, ଯାଜପୁରରେ ୩୬%, କେନ୍ଦୁଝରରେ ୫୦%, ଅନୁଗୁଳରେ ୪୧%, ସମ୍ବଲପୁରରେ ୩୧%, ସୁନ୍ଦରଗଡ଼ରେ ୩୦% ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weak low pressure over the Bay of Bengal resulted in light rain in the state | Argus News