Videos
|
Odisha

ରତ୍ନ ଭଣ୍ଡାରରୁ ମିଳିଲା ରାଜ ରାଯୁଡ଼ା ଅମଳର ଯୁଦ୍ଧ ସାମଗ୍ରୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ରତ୍ନ ଭଣ୍ଡାରରୁ ମିଳିଲା ରାଜ ରାଯୁଡ଼ା ଅମଳର ଯୁଦ୍ଧ ସାମଗ୍ରୀ

ଅର୍ଗସ ବ୍ୟୁରୋ : ଭିତର ରତ୍ନ ଭଣ୍ଡାରରୁ ମିଳିଲା ରାଜ ରାଯୁଡ଼ା ଅମଳର ଯୁଦ୍ଧ ସାମଗ୍ରୀ ।ସାଙ୍ଗରେ ରହିଛି ଠାକୁର ରଖିବା ଖଟୁଲି ।ଅସ୍ଥାୟୀ ରତ୍ନ ଭଣ୍ଡାରରେ ସୁରକ୍ଷିତ ଭାବରେ ସିଲ୍ କଲେ ଯାଞ୍ଚ କମିଟି । କଳା ପଡ଼ିଥିବାରୁ କେଉଁ ଧାତୁରେ ନିର୍ମିତ ଜଣା ପଡିନାହିଁ ।ସିନ୍ଦୁକ ଓ ଆଲମିରାରେ ପଡ଼ିଥିଲା ତାଲା । ଚାବି ନମିଳିବାରୁ ଏ ସ୍ ଓ ପି ଅନୁଯାୟୀ ତାଲା ଭାଙ୍ଗି ରତ୍ନ ସ୍ଥାନାନ୍ତର କଲେ ଯାଞ୍ଚ କମିଟି । ଲୋକଙ୍କ ଦ୍ଵନ୍ଦ ଦୂର ପାଇଁ ଆଉଥରେ ଭିତର ରତ୍ନ ଭଣ୍ଡାର ଯାଞ୍ଚ ପାଇଁ ସରକାରଙ୍କୁ ଅନୁରୋଧ କରିବ କମିଟି ।

ଅଧିକ ପଢନ୍ତୁ : ଭିତର ରତ୍ନଭଣ୍ଡାରରୁ ସବୁ ଅଳଙ୍କାର ଓ ଧନ ରତ୍ନ ସ୍ଥାନାନ୍ତର

ତେବେ ରତ୍ନଭଣ୍ଡାର ଭିତରେ ସୁଡ଼ଙ୍ଗ ନଥିବା ସୂଚନା ମିଳିଛି ।  ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରୁ ସବୁ ରତ୍ନ ଅଳଙ୍କାର ସ୍ଥାନାନ୍ତର ହେବା ସହ ଏହା ଭିତରେ ଥିବା ଗୁପ୍ତ ସୁଡ଼ଙ୍ଗ, ଗୁପ୍ତ ଭଣ୍ଡାର ଚର୍ଚ୍ଚାର ମଧ୍ୟ ଅବସାନ ଘଟିଛି। ରତ୍ନ ସ୍ଥାନାନ୍ତର ପରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ କହିଛନ୍ତି ସୁଡ଼ଙ୍ଗ ସମ୍ପର୍କିତ ଚର୍ଚ୍ଚା କେବଳ ଗୁଜବ। ରତ୍ନ ସ୍ଥାନାନ୍ତର ପରେ ଭଣ୍ଡାର ଭିତରେ ଥିବା ସବୁ ସିନ୍ଦୁକ ଓ ଆଲମିରା ଘୁଞ୍ଚାଇ ତଦାରଖ କରାଯାଇଛି । ସେଠାରେ କୌଣସି ଗୁପ୍ତ ଭଣ୍ଡାର ବା ସୁଡ଼ଙ୍ଗ ଥିବାର ଚିହ୍ନବର୍ଣ୍ଣ ନାହିଁ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Weapons found in ratnabhandar puri | Argus News