Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚପଲ ପିନ୍ଧି ଅଲାରନାଥ ମନ୍ଦିର ବେଢ଼ାରେ ପଶିଲେ ଭକ୍ତ

Odisha

ଚପଲ ପିନ୍ଧି ଅଲାରନାଥ ମନ୍ଦିର ବେଢ଼ାରେ ପଶିଲେ ଭକ୍ତ

Ritu Das
Browse all articles by Ritu Das
·2 years ago·1 min read
ଚପଲ ପିନ୍ଧି ଅଲାରନାଥ ମନ୍ଦିର ବେଢ଼ାରେ ପଶିଲେ ଭକ୍ତ

ଅର୍ଗସ ବ୍ୟୁରୋ: ଚପଲ ପିନ୍ଧି ଅଲାରନାଥ ମନ୍ଦିରରେ ପଶିଲେ ଭକ୍ତ। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଥିବା ଅଲାରନାଥ ମନ୍ଦିରରେ। ତେବେ ପ୍ରଶ୍ନ ଉଠୁଛି ମନ୍ଦିରରେ ଭକ୍ତଙ୍କର ଏଭଳି ମନମାନୀ କେମିତି ଚାଲିଛି। ଏଭଳି ଆଚରଣ ଅନ୍ୟ ଭକ୍ତଙ୍କ ଭାବକୁ କୁଠରାଘାତ କରିଛି। ବାରଣ ଥିଲେ ସୁଦ୍ଧା ମନ୍ଦିର ଭିତରେ ଘୁରିବୁଲୁଛି ମାଳମାଳ ମୋବାଇଲ୍ ଫୋନ୍। ପ୍ରଭୁ ଅଲାରନାଥ ଙ୍କ ଫଟୋ ସହ ଭିଡିଓ ଉଠାଇ ଭାଇରାଲ କରୁଛନ୍ତି ଭକ୍ତ। ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ। ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ ଏବଂ ଭକ୍ତ। 

ବ୍ରହ୍ମଗିରିର ଆରାଧ୍ୟ ଠାକୁର ପ୍ରଭୁ ଅଲାରନାଥଙ୍କୁ ଦର୍ଶନ ପାଇଁ ପ୍ରତ୍ୟେକ ଦିନ ଦେଶ ବିଦେଶରୁ ଆସୁଛନ୍ତି ଶହଶହ ଭକ୍ତ। କିନ୍ତୁ ପ୍ରଶାସନ ଖାମଖିଆଲି ନିତି ପାଇଁ କେତେବେଳେ ଭକ୍ତଙ୍କୁ ସେବାୟତ ଖରାପ ବ୍ୟବହାର କରୁଥିବାର ଅଭିଯୋଗ ତ ଆଉ କେତେବେଳେ ମନ୍ଦିର ଭିତରେ ଘଟୁଛି ଅଘଟଣ। ପର୍ଯ୍ୟଟନ ଋତୁରେ  ବି ଅଲାରନାଥ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଢିଲା। ତେବେ ଏନେଇ ଦୃଢ଼ ପଦକ୍ଷେପ ନେବା ଦରକାର। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Wearing sandals | Argus News