Videos
|
Odisha

ବଦଳିଲା ପାଗର ମିଜାଜ, ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବଦଳିଲା ପାଗର ମିଜାଜ, ତାତିରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି

ଅର୍ଗସ ବ୍ୟୁରୋ: ବଦଳିଲା ପାଗର ମିଜାଜ । ତାତିରୁ ମିଳିଲା ସାମାନ୍ୟ ଆଶ୍ବସ୍ତି ।  ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ସହ କିଛି ସ୍ଥାନରେ ବର୍ଷା ଅନୁଭୂତ ହୋଇଛି । ସମୁଦ୍ର ପତନ ଉପରେ ଟ୍ରପଲାଇନ ରହୁଥିବାରୁ କିଛି ସ୍ଥାନରେ ବର୍ଷା ହୋଇଛି । ଟ୍ରପ ଲାଇନ ପ୍ରଭାବରେ ଆସନ୍ତା ୨୪ ଘଂଟାରେ ଉପକୂଳ ଓଡିଶା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ଜାରି କରାଯାଇଛି । ମୟୁରଭଞ୍ଜ, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ରାୟଗଡା, କୋରାପୁଟ, ନବରଙ୍ଗପୁରରେ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

ଆସନ୍ତାକାଲି  ମୟୁରଭଞ୍ଜ,  କେନ୍ଦୁଝର,  ଭଦ୍ରକ, ବାଲେଶ୍ବର, ରାୟଗଡ଼ା, ଗଜପତି,  ଗଂଜାମ ଓ କନ୍ଧମାଳରେ ହାଲୁକାରୁ  ମଧ୍ୟମ ଧରଣର ବର୍ଷା  ସମ୍ଭାବନା ରହିଛି । ୧୬ ତାରିଖରୁ ପୁଣି ଏକ ପଶ୍ଚିମା ଝଡ଼ର ସମ୍ଭାବନା ଥିବା ବେଳେ ୭ ଜିଲ୍ଲାକୁ  ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ୧୭ରୁ ବର୍ଷାର ପରିମାଣ ବୃଦ୍ଧି ହେବ । ଆଗାମୀ  ୨୦ ତାରିଖ  ଯାଏ ସାରା ରାଜ୍ୟରେ ବର୍ଷା ଲାଗି ରହିବ । ସେପଟେ 2ରୁ 3 ଦିନ ଭିତରେ ତାପମାତ୍ରା ହ୍ରାସ ହେବାର ସମ୍ଭାବନା  ରହିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: