Videos
|
Odisha

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ୧୫ରୁ ବଦଳିବ ପାଗ

Smruti Parija
Browse all articles by Smruti Parija
·2 years ago·1 min read
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ, ୧୫ରୁ  ବଦଳିବ ପାଗ

ଅର୍ଗସ ବ୍ୟୁରୋ:  ଲଘୁଚାପ ପ୍ରଭାବରେ ଆସନ୍ତା ୧୫ ତାରିଖରୁ ବଦଳିବ ପାଗ । ବଙ୍ଗୋପସାଗରରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଲଘୁଚାପ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଅଧିକ ଘନୀଭୂତ ହେବ । ୧୬ ତାରିଖ ବେଳକୁ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ ବଙ୍ଗୋପସାଗରରେ ଅବପାତର ରୂପ ନେବା ଆଶଙ୍କା ରହିଛି ।  ଏହା ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବଦଳିବ ପାଗ।  

ଅଧିକ ପଢନ୍ତୁ: ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ


ବିଶେଷ ଭାବେ ଦକ୍ଷିଣ ଉପକୂଳରେ ମେଘୁଆ ପାଗ ରହିବ ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବ । ଜଗତସିଂହପୁର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ଵର, କଟକ, ରାୟଗଡା, ମାଲକାନଗିରି, କୋରାପୁଟରେ ବର୍ଷା ଆଶଙ୍କା ଥିବା ଆକଳନ କରିଛି ପାଣିପାଗ  ବିଭାଗ । ପରେ ୧୬ ତାରିଖରୁ ବଢିବ ବର୍ଷାର ପରିମାଣ । ଗଂଜାମ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପାଣିପାଗ ଖବର ଆହୁରି ପଢନ୍ତୁ

Sponsored
weather-update-there-will-be-rain-expecting-from-16th-november | Argus News