ତାତିରୁ ମିଳିବ କି ଆଶ୍ୱସ୍ତି, ୪ଟି ସ୍ଥାନରେ ୪୦ ଡିଗ୍ରୀ ପାର ହୋଇଥିଲା ପାରଦ
·2 years ago

ଅର୍ଗସ ବ୍ୟୁରୋ: ତାତିରୁ ମିଳିବ କି ଆଶ୍ୱସ୍ତି । ଛତିଶଗଡ ଉପରେ ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କଳାବୈଶାଖୀ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ରହିପାରେ । ଏଥିଯୋଗୁଁ କିଛି ଅଞ୍ଚଳରେ ଗତ କାଲି ତୁଳନାରେ ଦିନ ତାପମାତ୍ରା ସାମାନ୍ୟ କମ ରହିବାର ସମ୍ଭାବନା ରହିଛି । ଗତକାଲି ଅସହ୍ୟ ହୋଇଥିଲା ତାତି । ପ୍ରଥମଥର ପାଇଁ ଏବର୍ଷ ୪ଟି ସ୍ଥାନରେ ୪୦ ଡିଗ୍ରୀ ପାର ହୋଇଥିଲା ପାରଦ ।
ମାଲକାନଗିରିରେର ସର୍ବାଧିକ ତାପମାତ୍ରା ଥିଲା ୪୧ ଡିଗ୍ରୀ । ବୌଦ୍ଧ ଓ ଟିଟିଲାଗଡରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ ହୋଇଥିଲା । ବଲାଙ୍ଗୀରରେ ତାପମାତ୍ରା ୪୦.୨ ଡ଼ିଗ୍ରୀ ଓ ନୟାଗଡରେ ୪୦ ଡ଼ିଗ୍ରୀ ରେକର୍ଡ ହୋଇଥିଲା । ଭୁବନେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ଓ କଟକରେ ୩୭.୬ ଡିଗ୍ରୀ ରେକର୍ଡ ହୋଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
