Videos
|
Odisha

ପ୍ରଚଣ୍ଡ ଖରାରେ ଜଳୁଛି ଓଡ଼ିଶା, ଚାନ୍ଦବାଲିରେ ସର୍ବାଧିକ 38.5 ଡିଗ୍ରୀ ତାପମାତ୍ରା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରଚଣ୍ଡ ଖରାରେ ଜଳୁଛି ଓଡ଼ିଶା, ଚାନ୍ଦବାଲିରେ ସର୍ବାଧିକ 38.5 ଡିଗ୍ରୀ ତାପମାତ୍ରା

ଅର୍ଗସ ବ୍ୟୁରୋ:  ପ୍ରଚଣ୍ଡ ଖରାରେ ଜଳୁଛି ଓଡ଼ିଶା। 35 ଡିଗ୍ରୀ ପାର୍ ରାଜ୍ୟର ଅଧିକାଂଶ ସହରର ତାପମାତ୍ରା। ଚାନ୍ଦବାଲିରେ ସର୍ବାଧିକ 38.5 ଡିଗ୍ରୀ ତାପମାତ୍ରା ରେକର୍ଡ। ସେପଟେ ୪ ରୁ ୫ ଦିନ ମଧ୍ୟରେ ୬ ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ତାତି ବୃଦ୍ଧି ପାଇବ। ଖରାର ତାତିରେ ସିଝିବ ପୁରା ଓଡିଶା। ୧୬ ତାରିଖରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।  ଏପ୍ରିଲ ୧୭ ରୁ ୨୦ ଯାଏଁ ହେବ ସାଙ୍ଘାତିକ ସ୍ଥିତି। ୪ ଦିନ ପର୍ଯ୍ୟନ୍ତ ପିକ୍ ସମୟ ଘୋଷଣା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡିଶାରେ ୧୫ ଡିଗ୍ରୀ ଯାଏଁ ବଢିବ ପାରଦ । ଅଧିକାଂଶ ସହରର ତାପମାତ୍ରା ୪୩ ରୁ ୪୫ ଡିଗ୍ରୀ ଛୁଇଁବ। ଆସନ୍ତା ୨୪ ଘଂଟାରେ  ଉଷ୍ମ ଏବଂ ଆର୍ଦ୍ର ପାଣିପାଗ ପାଇଁ ଜଗତସିଂହପୁର ଓ ଗଞ୍ଜାମ  ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହି ତାତି ଶରୀର ପାଇଁ ଘାତକ ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖରା ସଂସ୍ପର୍ଶରେ ନ ଆସିବାକୁ ପରାମର୍ଶ ଦେଇଛନ୍ତି। ଗତ ୨୪ ଘଂଟାରେ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବା ସହ ଗୋଟେ  ଦୁଇଟି ହାଲୁକା ବର୍ଷା ହୋଇଛି। ବୌଦ୍ଧର  ବୁଦ୍ଧଗଡ଼ରେ ୩.୦ ମିମି  ସର୍ବାଧିକ ବର୍ଷା ଓ  ପାରଳାଖେମୁଣ୍ଡି ୩୭.୮  ସର୍ବାଧିକ ତାପମାତ୍ରା  ରେକର୍ଡ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
weather update in odisha | Argus News