ମେଘୁଆ ପାଗ ସହ ବର୍ଷାରେ ଭିଜିଲା ଟ୍ୱିନ ସିଟି
·2 years ago

ଅର୍ଗସ ବ୍ୟୁରୋ: ତାତିରୁ ମିଳିଲା ସାମାନ୍ୟ ତ୍ରାହି । ମେଘୁଆ ପାଗ ସହ ବର୍ଷାରେ ଭିଜିଲା ଟ୍ବିନ ସିଟି । ଗତକାଲି ଅପରାହ୍ନରେ କିଛି ସମୟ ପାଇଁ କଟକ-ଭୁବନେଶ୍ବରରେ ଝିପିଝିପି ବର୍ଷା ହୋଇଥିଲା । ପ୍ରବଳ ଖରା ଗରମରୁ ସାମାନ୍ୟ ଆଶ୍ବସ୍ତି ଦେଇଛି ବର୍ଷା । ତେବେ ଆଜିଠାରୁ ରାଜ୍ୟରେ କମିପାରେ ତାତି । ଗୁରୁବାର ଉପକୂଳ ଓଡ଼ିଶା ପାଇଁ ହିଟ୍ଓ୍ବେଭ୍ ଆଲର୍ଟ ନାହିଁ । କିଛି ସ୍ଥାନ ପାଇଁ ୟେଲୋ ଏବଂ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ହେଲେ ବର୍ଷା ପରେ ପୁଣି ଥରେ ତାତି ବଢ଼ିବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: