ଆକାଶରୁ ନିଆଁ ବର୍ଷା, ଲୋକେ ହନ୍ତସନ୍ତ

ଅର୍ଗସ ବ୍ୟୁରୋ: ସକାଳୁ କଲବଲ କଲାଣି ତାତି । ଆଜି ସକାଳ 8ଟା 30 ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ 32.6 ଡିଗ୍ରୀ ତାତି ରେକର୍ଡ । ପାରାଦ୍ୱୀପ: 32°C, ପୁରୀ: 32°C, କେନ୍ଦୁଝର: 32°C, ବାଲେଶ୍ୱର:31.8°C, ଚାନ୍ଦବାଲି:31.6°C, ଝାରସୁଗୁଡା:30.8°C, ହୀରାକୁଦ:30.2°C, ସମ୍ବଲପୁର: 30°C, ରାଉରକେଲା: 30°C,ଗୋପାଳପୁର: 29.8°C ରେକର୍ଡ କରାଯାଇଛି।
ଆଗକୁ ଅସହ୍ୟ ହେବ ତାତି। କାଳବୈଶାଖୀ ବର୍ଷା ପ୍ରଭାବରେ କିଛି ଦିନ ଆଶ୍ବସ୍ତି ମିଳିବା ପରେ ଏବେ ପୁଣି ବୃଦ୍ଧି ହୋଇଛି ତାପମାତ୍ରା। ଉପାନ୍ତରୁ ଉପକୂଳ ସୁବୁଠି ବଢିଛି ତାତି। ରାଜ୍ୟକୁ ଉତ୍ତର ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ହିଟଓ୍ବେଭ୍ ସ୍ଥିତି ଦେଖାଦେବ। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉପକୂଳରେ ବି ବଢିଲା ତାତି । ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ନାହିଁ ନିସ୍ତାର। ୧୭ ରୁ ୨୦ ଆକାଶରୁ ବର୍ଷିବ ନିଆଁ। ଅଧିକାଂଶ ସହରରେ ୪୩ ରୁ ୪୫ ଡିଗ୍ରୀ ଛୁଇଁବ ତାପମାତ୍ରା। ଅସହ୍ୟ ପାଣିପାଗ ସ୍ଥିତି ପାଇଁ ସତର୍କ କଲା ପାଣିପାଗ କେନ୍ଦ୍ର । ଶରୀର ପାଇଁ ଘାତକ ହୋଇପାରେ ଉଷ୍ମ ଓ ଆର୍ଦ୍ର ପାଣିପାଗ। ରାଜ୍ୟର ଅଧିକାଂଶ ସ୍ଥାନରେ ହଟ୍ ଆଣ୍ଡ ହ୍ୟୂମିଡ କଣ୍ଡିସନ ଲାଗି ରହିଛି । ଆସନ୍ତା ୨୪ ଘଣ୍ଟାରେ ହଟ ଆଣ୍ଡ ହ୍ୟୁମିଡ଼ିଟି ସ୍ଥିତି ପାଇଁ ୟେଲୋଓ ଆଲଟ ଜାରି କରିଛି ପାଣିପାଗ ବିଭାଗ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: