Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ତାତିରୁ ମିଳିଛି ତ୍ରାହି, ୧୨ ଯାଏଁ ଗ୍ରୀଷ୍ମ ପ୍ରବାହ ନାହିଁ !

Banajyotshna Ray
Browse all articles by Banajyotshna Ray
·2 years ago·1 min read
ତାତିରୁ ମିଳିଛି ତ୍ରାହି, ୧୨ ଯାଏଁ  ଗ୍ରୀଷ୍ମ ପ୍ରବାହ ନାହିଁ !

ଅର୍ଗସ ବ୍ୟୁରୋ:  ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ତ୍ରାହି ମିଳିଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଦେଖାଯାଉନି । ସେହିପରି ଅନେକ ସ୍ଥାନରେ ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ କମିବା ନେଇ ସମ୍ଭାବନା ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଛି । କାଳବୈଶାଖୀ ଯୋଗୁ  ଆଜି ମଧ୍ୟ ତାପମାତ୍ରା କମ ରହିବା ନେଇ ଆକଳନ କରାଯାଇଛି । ଭୁବନେଶ୍ୱର ସମେତ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରାରେ ବିଶେଷ ବୃଦ୍ଧି ଘଟିବ ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ଅକଳନ କରିଛି ।

ସକାଳେ ଖରା ଅପରାହ୍ନରେ ହେବ କାଳବୈଶାଖୀ । ଆସନ୍ତା 5 ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ।  ଖାସ କରି ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହୁଛି।  କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି । ଏହାକୁ ନଜରରେ ରଖି ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ୟେଲୋ ବାର୍ଣିଂ ଜାରି କରାଯାଇଛି । ମୟୁରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା ଆଦି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି । ଟ୍ଵିନ ସିଟିରେ 40 ଡିଗ୍ରୀ ତଳେ ରହିବ ପାରଦ । ଅପରାହ୍ନରେ ବିଜୁଳି ଘଡଘଡି ସହିତ ବର୍ଷା ହେବ ତା ସାଙ୍ଗକୁ 40-50 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହୁଛି । ସମୁଦ୍ରରୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ସ୍ଥଳଭାଗକୁ ଆସୁଥିବା ଯୋଗୁଁ ବର୍ଷା ହେଉଛି । 
 

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Weather update in odisha today | Argus News