କମିବ ଖରା, ମିଳିବ ସାମାନ୍ୟ ଆଶ୍ୱସ୍ତି
·2 years ago

ଅର୍ଗସ ବ୍ୟୁରୋ: କମିବ ଖରା। ମିଳିବ କିଛି ମାତ୍ରାରେ ଆଶ୍ବସ୍ତି । ଆସୁଛି ପଶ୍ଚିମା ଝଡ। ପ୍ରଭାବରେ ତାତିରେ ଲାଗିବ ବିରାମ। ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନଥିବା ବେଳେ ପଶ୍ଚିମାଝଡ ପ୍ରଭାବରେ ୫ ତାରିଖ ଯାଏ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ନେଇ ଆକଳନ କରିଚି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରିଚି ଆଞ୍ଚଳିକ ପାଣିପାଗ ବିଭାଗ। ଗତକାଲି ୩୭ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ମାଲକାନଗିରି। ସେହିପରି ଭୁବନେଶ୍ଵର ଓ ପାରଳାଖେମୁଣ୍ଡିରେ ତାପମାତ୍ରା ଥିଲା ୩୬.୮ ଡିଗ୍ରୀ ସେଲସିୟସ୍ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: