Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ରାଜ୍ୟରେ ପୁଣି ଉପରମୁହାଁ ପାରଦ

Odisha

ରାଜ୍ୟରେ ପୁଣି ଉପରମୁହାଁ ପାରଦ

Smruti Parija
Browse all articles by Smruti Parija
·2 years ago·1 min read
ରାଜ୍ୟରେ ପୁଣି ଉପରମୁହାଁ ପାରଦ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ ପାରଦ । ମାର୍ଚ୍ଚ ଶେଷ ସୁଦ୍ଧା ତାପମାତ୍ରା 39 ଡିଗ୍ରୀ କିମ୍ବା 40 ଡିଗ୍ରୀ ଛୁଇଁବା ଆକଳନ କରିଛି ପାଣିପାଗ ବିଭାଗ । ରାଜ୍ୟରେ ପୁଣି ଫେରିଛି ଗ୍ରାଷ୍ମ ପ୍ରବାହ । ପାରଦ ଉପରମୁହାଁ ହେବା ସହ ବଢୁଛି ତାତି । ଏପରିକି କେତେକ ସହରରେ ତାପମାତ୍ରା 35 ରହିଛି ଡିଗ୍ରୀ ଉପରେ ।

ବର୍ତ୍ତମାନ ଓଡ଼ିଶା ଉପରେ ପାଣିପାଗର କୌଣସି ପ୍ରକାରର ନିର୍ଦ୍ଧିଷ୍ଟ ପ୍ରଭାବ ନଥିବାବେଳେ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବ । ସେହିପରି ୨୫ ତାରିଖ ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର କିଛିକାଂଶରେ କାଳବୈଶାଖୀ ଜନିତ ହାଲୁକା  ବର୍ଷା ହୋଇପାରେ ।

ସେହିପରି ୨୬ ତାରିଖରେ ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ ,ବାଲେଶ୍ୱର,ଭଦ୍ରକ, ଯାଜପୁର ରେ ବର୍ଷା ସମ୍ଭାବନା ରହିଛି । ଆଗାମୀ ୪ ଦିନ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ୩ ଡିଗ୍ରୀ ରୁ ୫ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାସହ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାର କିଛି ଅଞ୍ଚଳରେ ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୩୯ ଡିଗ୍ରୀ କିମ୍ବା ୪୦ ଡିଗ୍ରୀ ଛୁଇଁବା ଆକଳନ କରିଛି ପାଣିପାଗ ବିଭାଗ । ଏହାପରେ ଆଗକୁ ରାତିର ତାପମାତ୍ରାରେ ମଧ୍ୟ ବୃଦ୍ଧି ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର...
 

Argus Whatsapp Channel Mobile Top
Sponsored
weather-update-odisha | Argus News