Videos
|
Odisha

ବିଗିଡି ଗଲାଣି ପାଣିପାଗ, ମାଘ ମାସରେ ବାଘ ଶୀତ ଆଉ ନାହିଁ...

Smruti Parija
Browse all articles by Smruti Parija
·2 years ago·1 min read
ବିଗିଡି ଗଲାଣି ପାଣିପାଗ, ମାଘ ମାସରେ ବାଘ ଶୀତ ଆଉ ନାହିଁ...

ଭୁବନେଶ୍ୱର: ମାଘ ମାସରେ ଶୀତ ଗାଏବ । ଡରାଇଲାଣି ଖରା । ଏଥର ବିଳମ୍ବରେ ଶୀତ ପଡ଼ିଥିବା ବେଳେ ଶୀଘ୍ର ଫେରିଛି ତାତି । ମାଘ ମାସ ଆରମ୍ଭରୁ ପାରଦ ଉପରମୁହାଁ ହେବା ସହ ୧୩ ଟି ସ୍ଥାନରେ ୩୩ ଡିଗ୍ରୀ ଛୁଇଁଲାଣି ତାତି । ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ମଧ୍ୟ ବଢିଛି । ଭବାନୀପାଟଣାରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ୩୪.୪ ତାପମାତ୍ରା ରେକର୍ଡ ହୋଇଛି । ସେପଟେ ରାତିରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି ।

ହେଲେ ଦିନ 9 ଟା ପରେ ପ୍ରବଳ ଗରମ ଅନୁଭୂତ ହେଉଛି । ଟାଇଁ ଟାଇଁ ଖରାରେ ଘରୁ ବାହାରିବା ମୁସ୍କିଲ ହୋଇପଡିଲାଣି । ଏବେଠୁ ଏତେ ଗରମ ହେଉଥିବାବେଳେ ଆଗକୁ କ'ଣ ହେବ ସେହି ଚିନ୍ତାରେ ସମସ୍ତେ । 

କଥାରେ ଅଛି ମାଘ ମାସରେ ବାଘ ଭଳି ଶୀତ ହୁଏ । ହେଲେ ଏବେ ଆଉ ସେ ଶୀତ ନାହିଁ କି ସେ ଥଣ୍ଡା ପବନ ନାହିଁ । ମାଘରେ ବୈଶାଖ ଭଳି ତାତି । ଉତ୍ତପ୍ତ ସାରା ଓଡିଶା । ଝାଞ୍ଜି ପବନକୁ ପ୍ରବଳ ଗୁଳୁଗୁଳି ଏବେଠୁ ଅନୁଭୂତ ହେଲାଣି । ଯଦି ମାଘରେ ଏତେ ଗରମ ହେଉଛି ତେବେ ବୈଶାଖରେ କଣ ହାଲତ ହେବ ତାହା ଏବେ ସମସ୍ତଙ୍କୁ ଘାରିଛି ।

ଦିନକୁ ଦିନ ପାଣିପାଗ ବିଗିଡିବାରେ ଲାଗିଛି । ଏଥର ବିଳମ୍ବରେ ଶୀତ ଅନୁଭୂତ ହୋଇଥିଲା । ଆଉ ଖୁବ ଶୀଘ୍ର ମଧ୍ୟ ଚାଲି ଯାଇଛି । ସେପଟେ ଖୁବ ଶୀଘ୍ର ଫେରିଛି ତାତି । ଯାହାକୁ ନେଇ ସାଧାରଣ ଜନତାଠୁ ଆରମ୍ଭ କରି ପରିବେଶବିତ ଚିନ୍ତା ପ୍ରକଟ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର...