ଜଳୁଛି ରାଜଧାନୀ, ଆହୁରି ବଢିବ ତାପମାତ୍ରା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ଗ୍ରୀଷ୍ମ ପ୍ରବାହ । ଜଳୁଛି ରାଜଧାନୀ ଭୁବନେଶ୍ୱର । ଭୁବନେଶ୍ୱରରେ ସର୍ବାଧିକ 44 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସର୍ବାଧିକ ତାପମାତ୍ରା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାହାରକୁ ବାହାରିବା ମାତ୍ରେ ଦେହ, ହାତ ପୋଡି ଯାଉଛି । ଝାଞ୍ଜି ପବନକୁ ଗରମରେ ସିଝୁଛନ୍ତି ରାଜଧାନୀବାସୀ । ତାପମାତ୍ରା ଆହୁରି ବଢିବା ନେଇ ଆଶଙ୍କା କରାଯାଇଛି । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ବଢୁଛି ଶୁଷ୍କତା । ଗୋଟେପଟେ ଗରମକୁ ଟ୍ରାଫିକ୍ ସମସ୍ୟା ରାଜଧାନୀବାସୀଙ୍କୁ କଲବଲ କରୁଛି ।
ସେପଟେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ତାପମାତ୍ରା ରେକର୍ଡ ହୋଇଛି । ଭୁବନେଶ୍ୱର: ୩୯.୮,କେନ୍ଦୁଝର: ୩୯.୨, ବାଲେଶ୍ୱର:୩୮,ଝାରସୁଗୁଡା : ୩୮, ରାଉରକେଲା: ୩୭.୮,ଚାନ୍ଦବାଲି: ୩୭.୪, ସମ୍ବଲପୁର: ୩୭.୪, ହୀରାକୁଦ: ୩୬.୬, ପୁରୀ: ୩୨.୪, ପାରାଦୀପ: ୩୨,ଗୋପାଳପୁର: ୩୧.୮ ରୋକର୍ଡ ହୋଇଛି ।
ଆହୁରି ପଢନ୍ତୁ ପାଣିପାଗ ଖବର...