|
logo
Live
Argus News App
GET APP

Argus News - ଦାରିଙ୍ଗବାଡ଼ି, କେନ୍ଦୁଝର ସଵୁଠୁ ଥଣ୍ଡା

Odisha

ଦାରିଙ୍ଗବାଡ଼ି, କେନ୍ଦୁଝର ସଵୁଠୁ ଥଣ୍ଡା

Smruti Parija
Browse all articles by Smruti Parija
·2 years ago·1 min read
ଦାରିଙ୍ଗବାଡ଼ି, କେନ୍ଦୁଝର ସଵୁଠୁ ଥଣ୍ଡା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଶୀତର ପ୍ରକୋପ । ଦାରିଙ୍ଗବାଡ଼ି, କେନ୍ଦୁଝର ସଵୁଠୁ ଥଣ୍ଡା । ସକାଳୁ ସକାଳୁ ଜନ ଜୀବନ ଅସ୍ତବ୍ୟସ୍ତ ।  ଏବର୍ଷ ପ୍ରଥମ ଥର ରାଜଧାନୀ ଭୁବନେଶ୍ବର ଓ କଟକର ରାତ୍ରି ତାପମାତ୍ରା ୧୫ ଡିଗ୍ରି ତଳକୁ ଖସିଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରେକର୍ଡ ହୋଇଛି। ଏଣେ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ରେକର୍ଡ କରାଯାଇଛି । କେନ୍ଦୁଝର ଯଶିପୁରରେ ୧୨ ଡିଗ୍ରି ରେକର୍ଡ ହୋଇଛି ।

ଖସୁଛି ପାରଦ ବଢୁଛି ଶୀତ

ସକାଳୁ ସକାଳୁ ଘନ କୁହୁଡ଼ି ଲାଗି ରହୁଛି । ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି । କନ୍ଧମାଳର ଜି. ଉଦୟଗିରି ସମେତ  ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଅଞ୍ଚଳରେ ଗତକାଲି ଠାରୁ ପ୍ରବଳ ଶୀତ ଲାଗି ରହିଛି । ପ୍ରବଳ ଶୀତ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଥିବା ଦେଖିବାକୁ ମିଳିଛି । ଲୋକେ ସ୍ଥାନେ ସ୍ଥାନେ ନିଆଁ ଲଗାଇ ଶୀତ ପ୍ରକୋପରୁ ଉପଶମ ଲାଭ କରୁଥିବା ବେଳେ ଯୁବ ବର୍ଗ ବ୍ୟାୟାମ, ପ୍ରାତଃ ଭ୍ରମଣ କରୁଥିବା ଦେଖିବାକୁ ମିଳୁଛି । ଆଭ୍ୟନ୍ତରୀଣ ଇଲାକାରେ ଶୀତର ପ୍ରକୋପ ଆହୁରି ଅଧିକ ରହୁଥିବା ଜଣାପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର...
 

Sponsored
ଦାରିଙ୍ଗବାଡ଼ି, କେନ୍ଦୁଝର ସଵୁଠୁ ଥଣ୍ଡା | Argus News