ଅଜବ ନିୟମ , ଭୋଟ ଗ୍ରହଣ କେନ୍ଦ୍ରକୁ ଅନୁମତି ନାହିଁ ନାଲି ଗାମୁଛା

ପୁରୀ : ପିପିଲି ମଙ୍ଗଳପୁର ରେ ଅଜବ ନିୟମ । ଭୋଟ ଗ୍ରହଣ କେନ୍ଦ୍ରକୁ ଅନୁମତି ନାହିଁ ନାଲି ଗାମୁଛା । ନାଲି ଗାମୁଛା କାନ୍ଧରେ ଉତ୍ତରୀୟ ପକାଇ ଭୋଟ ଦେବାକୁ ଯାଉଥିବା ଭୋଟରଙ୍କୁ ବାରଣ କଲେ ସୁରକ୍ଷା କର୍ମୀ । ଭୋଟର କ୍ରମିକ ସଂଖ୍ୟା ଚିରକୁଟିରେ ସବୁ ନିୟମାବଳୀ ଉଲ୍ଲେଖ ରହିଛି । ହେଲେ ସେଥିରେ ପୋଷାକ ଉପରେ କୌଣସି ରେଷ୍ଟ୍ରିକ୍ସନ ନଥିବା ଲେଖା ରହିଛି! ସବୁଠୁ ବଡ଼ କଥା ହେଲା ଏପଟେ ପୋଲିସ ନାଲି ଗାମୁଛାକୁ ବାରଣ କରୁଥିବା ବେଳେ ନିଷିଦ୍ଧାଞ୍ଚଳ ପରିସର ମଧ୍ୟରେ ବିଜେଡି ର ପୋଷ୍ଟର ବ୍ୟାନର ରହିଛି । ଏଠାରେ ଖୋଲାଖୋଲି ଆଦର୍ଶ ଆଚରଣ ଵିଧି ଉଲ୍ଲଙ୍ଘନ ହୋଇଛି, ଏହାକୁ ନେଇ ଅଭିଯୋଗ କରିଛନ୍ତି ଭୋଟର!
ଅଧିକ ପଢନ୍ତୁ : ମତଦାନ କେନ୍ଦ୍ରକୁ ମୋବାଇଲ ନ ନୋବାକୁ ଅନୁରୋଧ
ସେପଟେ ମତଦାନ କେନ୍ଦ୍ରକୁ ମୋବାଇ ନ ନେବାକୁ ନିୟମ ହୋଇଥିବା ବେଳେ ଅନେକ ଲୋକ ଏ ବିଷୟରେ ଜାଣିନାହନ୍ତି । ଅନେକ ଲୋକ ଫୋନ ନେଇ ମତଦାନ କେନ୍ଦ୍ରକୁ ଯାଇଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଖାଲି ତାହା ନୁହେଁ ସ୍ମାର୍ଟ ୱାଚ ମଧ୍ୟ ମତଦାନ କେନ୍ଦ୍ରକୁ ନେଇ ଯିବାକୁ ବାରଣ କରାଯାଇଛି ।