ଆଳୁ ଗାଡ଼ିକୁ ଜଗିବାକୁ ପଶ୍ଚିମବଙ୍ଗ ଲଗାଇଲା ସିସିଟିଭି କ୍ୟାମେରା
·1 year ago

ବାଲେଶ୍ୱର: ଆଳୁ ଗାଡ଼ିକୁ ଜଗିବାକୁ ପଶ୍ଚିମବଙ୍ଗ ଲଗାଇଲା ସିସିଟିଭି କ୍ୟାମେରା । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଅଧୀନର ସୀମାନ୍ତ ଗାଁ ନୀଳଦାରେ ଆଳୁ ଗାଡିକୁ ଧରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ଲଗାଯାଇଛି ସିସିଟିଭି ।
ଓଡ଼ିଶା ସୀମା ଭିତରକୁ ଗୋଟିଏ ଆଳୁ ବୋଝଇ ଟ୍ରକ ଯେମିତି ପ୍ରବେଶ ନ କରେ ସେନେଇ ପଶ୍ଚିମବଙ୍ଗ ପୋଲିସକୁ ନିର୍ଦେଶ ଦିଆଯାଇଛି । ଫଳରେ ଭୋଗରାଇ ଓ ଜଳେଶ୍ବରର ବିଭିନ୍ନ ବଜାରରେ ଆଳୁର ଦାମ 45 ରୁ 50 ଟଙ୍କା ଟଙ୍କାରେ ବିକ୍ରି ହେଉଛି । ଜାତୀୟ ରାଜପଥ ଦେଇ ଆଳୁ ଗାଡି ବନ୍ଦ ପରେ ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଦେଇ କିଛି ଆଳୁ ଗାଡ଼ି ଓଡ଼ିଶାକୁ ପ୍ରବେଶ କରୁଥିଲା । ମାତ୍ର ସିସିଟିଭି ଲାଗିବା ପରେ ଓଡ଼ିଶାକୁ ଆଳୁ ପ୍ରବେଶ ବନ୍ଦ ହୋଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: