Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପବନର ବେଗ  ଘଂଟାପ୍ରତି ୧୧୦ ରୁ ୧୨୦  ରହିବ 

Manini Pattanayak
Browse all articles by Manini Pattanayak
·2 years ago·2 min read
ପବନର ବେଗ  ଘଂଟାପ୍ରତି ୧୧୦ ରୁ ୧୨୦  ରହିବ 

ଭୁବନେଶ୍ୱର: ଗତକାଲି ସୃଷ୍ଟି ହୋଇଥିବା ବାତ୍ୟା ରେମାଲ ଆଜି ତୀବ୍ର ହୋଇ ଭୀଷଣ ବାତ୍ୟାର ପରିଣତ ହୋଇଛି । ଉତ୍ତର ବଙ୍ଗୋପ ସାଗରରେ ଏହା ଭୀଷଣ ବାତ୍ୟା  ରେ ପରିଣତ ହୋଇଛି। ପରେ ଉତ୍ତର ଦିଗକୁ  ଗତି  କରିବା  ସହ ଆହୁରି ତୀବ୍ର ହୋଇ ଆଜି ମଧ୍ୟ ରାତ୍ରି ରେ ଏହା ବାଂଲାଦେଶ ଓ ପଶ୍ଚିମ ବଙ୍ଗ ଉପକୂଳ ଦେଇ ସାଗର ଦ୍ଵିପ ଓ ଖେପୂପରା ନିକଟରେ ଅତିକ୍ରମ କରିବା ର ସମ୍ଭାବନା ରହିଛି। ବାତ୍ୟା ରେମାଲ  ଗତି  ପବନର ବେଗ  ୧୧୦ ରୁ ୧୨୦ ଘଂଟାପ୍ରତି  ରହିବ । ଏହାସହ  ୧୩୫ କିମି ର  ଝଟକା  ପବନ  ବି ବହିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ  ସମୁଦ୍ର ଅଶାନ୍ତ ରହିବ। ତେଣୁ  ୨୭ ତାରିଖ  ପର୍ଯ୍ୟନ୍ତ  ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ଯିବାକୁ ବାରଣ କରିଛି  ପାଣିପାଗ  ବିଭାଗ । ସମସ୍ତ ୪ ଟି ଜାକ ବନ୍ଦର ଗୁଡ଼ିକୁ ୧ ନମ୍ବର ବିପଦ ସଂକେତ ଦିଆଯାଇଛି। ସାମ୍ଭାବ୍ୟ ଭୀଷଣ ବାତ୍ୟା ର ପ୍ରଭାବ ଓଡ଼ିଶାରେ ସିଧା ସଳଖ ନାହିଁ। ହେଲେ କିଛି ସ୍ଥାନରେ  ବର୍ଷାର  ରହିବ ପ୍ରଭାବ।  

ଏହାର ପ୍ରଭାବ ରେ  ଆଗାମୀ ୨୪  ଘଂଟାରେ  ରାଜ୍ୟରେ ମେଘୁଆ ପାଗ ସହ ଅନେକ ସ୍ଥାନରେ ହାଲୁକରୁ  ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷା  ରହିବ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ର ସମ୍ଭାବନା ରହିଛି। ଭଦ୍ରକ, ବାଲେଶ୍ୱର , ମୟୁରଭଞ୍ଜ ରେ ପ୍ରବଳ ବର୍ଷା ସମ୍ଭାବନା ଥିବା ସୂଚନା  ଦେଇଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି। ଏହାସହ ଜଗତସିଂହପୁର ଓ କେନ୍ଦ୍ରାପଡାରେ ମଧ୍ୟମ ରୁ ପ୍ରବଳ  ର ବର୍ଷା ହେବା ର ସମ୍ଭାବନା ରହିଛି। ଏହାସହ ଓଡ଼ିଶା ଉପକୂଳ ରେ ୨୫ ତାରିଖ ରେ ୫୦ ରୁ ୬୦ କିମି ବେଗରେ ପବନ ବହିବ। ଝଟକା ପବନ ୭୦ କିମି ରହିବ। ଅନ୍ୟପଟେ ବାତ୍ୟା ଦୁର୍ବଳ ହେବାର  ୪୮  ଘଣ୍ଟା ପରେ ରାଜ୍ୟ ରେ ପୁଣି ବଢ଼ିବ ପାରଦ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
West Bengal, Odisha, Tripura Edgy Over Severe Impact; Check Time, Weather | Argus News