Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Heat Wave In Odisha / ଜଳୁଛି ପଶ୍ଚିମରୁ ଉପକୂଳ,ଆସନ୍ତାକାଲିଠୁ ଆହୁରୀ ବଢ଼ିବ ତାପମାତ୍ରା

Bikash Mohanty
Browse all articles by Bikash Mohanty
·3 months ago·2 min read
ଜଳୁଛି ପଶ୍ଚିମରୁ ଉପକୂଳ,ଆସନ୍ତାକାଲିଠୁ ଆହୁରୀ ବଢ଼ିବ ତାପମାତ୍ରା
Heat Wave

Key Points

ଜଳୁଛି ପଶ୍ଚିମରୁ ଉପକୂଳ
୪୦ ଡିଗ୍ରୀ ଉପରେ ଅନେକ ସହର
ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୫ ଡିଗ୍ରୀ ପହଞ୍ଚିପାରେ
ଆଭ୍ୟନ୍ତରୀଣ ଓଡ଼ିଶାରେ ବି ଅସମ୍ଭାଳ ତାତି ହେବ
ପାଣିପାଗ ବିଭାଗ ପକ୍ଷରୁ ସୁଚନା

ଭୁବନେଶ୍ବର,୧୬/୦୪: ପଶ୍ଚିମ ଓଡ଼ିଶାରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ଟିଟିଲାଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ବଢ଼ି ୪୫ ଡିଗ୍ରୀରେ ପହଞ୍ଚିପାରେ । ବରଗଡ଼, ରାଉରକେଲା, ଅନୁଗୁଳ, ଭବାନୀପାଟଣା ଓ ବୌଦ୍ଧରେ ବି ୪୩ ଡିଗ୍ରୀ ଛୁଇଁବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବି ଅସମ୍ଭାଳ ତାତି ହେବ । ପାଣିପାଗ ବିଭାଗ ଆସନ୍ତା ୧୯ ତାରିଖ ଯାଏ ତାତିକୁ ନେଇ ଏଭଳି ଆକଳନ କରିଛି ।

୧୬ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଓ ଗୁଳୁଗୁଳି ହୋଇପାରେ । ତେବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆଶଙ୍କା ଅଛି । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଗଞ୍ଜାମ ଓ ଗଜପତିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୭ ତାରିଖରେ ବଲାଙ୍ଗୀର, ଝାରସୁଗୁଡ଼ା, ସମ୍ବଲପୁର ଓ ସୋନପୁରରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ତତଲା ପବନ ବହିବା ଯୋଗୁ ଜନଜୀବନକୁ ଅସ୍ତବ୍ୟସ୍ତ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ଗରମ ଓ ଗୁଳୁଗୁଳି ହୋଇପାରେ । ଉତ୍ତର ଓଡ଼ିଶାରେ ଝଡ଼ବର୍ଷା ଆଶଙ୍କା ଅଛି ।

ପଢନ୍ତୁ ଏହି ଖବର: ମହଙ୍ଗା ପଡିଲା ମାଟ୍ରିମୋନିରୁ ବିବାହ, ୪୦ ଲକ୍ଷ ପଟି ମାରି ଅନ୍ୟ ଯୁବକଙ୍କ ସହିତ ବି ସମ୍ପର୍କ ରଖିଥିଲା ଦ୍ବିତୀୟ ପତ୍ନୀ !

୧୮ ଓ ୧୯ ତାରିଖରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମପ୍ରବାହ ସ୍ଥିତି ରହିବ । ଏହି ଦୁଇ ଦିନ ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଟିଟିଲାଗଡ଼ରେ ଦିନ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ରେକର୍ଡ ହୋଇଛି । ଭବାନୀପାଟଣାରେ ୪୧.୮, ଝାରସୁଗୁଡ଼ାରେ ୪୧.୬, ହୀରାକୁଦ, ସମ୍ବଲପୁର ଓ ବଲାଙ୍ଗୀରରେ ୪୧, ବୌଦ୍ଧ ଓ ନୂଆପଡ଼ାରେ ୪୦ ଡିଗ୍ରୀ ରେକର୍ଡ ହୋଇଛି ।

ସେପଟେ ଗତ କିଛି ଦିନ ଧରି ଦେଶରେ ପ୍ରବଳ ଗରମ ଯୋଗୁଁ ଅସ୍ତବ୍ୟସ୍ତ ହେଉଛନ୍ତି ଲୋକେ। ଦିଲ୍ଲୀ-ଏନସିଆରରେ ପାରଦ ୩୮ ରୁ ୪୦ ଡିଗ୍ରୀ ଛୁଇଁଛି। ତଥାପି, ଦେଶର କିଛି ଅଞ୍ଚଳରେ ପାଗ ପୁଣି ଥରେ ପରିବର୍ତ୍ତନ ହେବାକୁ ଯାଉଛି। କାଶ୍ମୀର, ହିମାଚଳ ପ୍ରଦେଶ ଏବଂ ପଞ୍ଜାବ ଏବଂ ହରିୟାଣାରେ ମେଘୁଆ ଆକାଶ ସହ ପୁଣି ଥରେ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଜମ୍ମୁ-କାଶ୍ମୀରରୁ ଲଦାଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ବର୍ଷା, ତୁଷାରପାତ, ବଜ୍ରପାତ ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି। ଜମ୍ମୁ-କାଶ୍ମୀର, ଲଦାଖ ଏବଂ ହିମାଚଳ ପ୍ରଦେଶରେ କୁଆପଥର ବର୍ଷା ହେବାର ସମ୍ଭାବନା ଥିବାରୁ ଆଲର୍ଟ ଜାରି କରାଯାଇଛି। ପଞ୍ଜାବ ଏବଂ ହରିୟାଣାର କିଛି ଅଞ୍ଚଳରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heat Wave In Odisha | Western Odisha faces an intense heatwave with temperatures expected to rise up to 45°C starting tomorrow | Argus News