Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡିଶା ପାଇଁ କ’ଣ କରିଛନ୍ତି ରାହୁଲ ଗାନ୍ଧୀ ବା କଂଗ୍ରେସ ଦଳ

Ritu Das
Browse all articles by Ritu Das
·2 years ago·3 min read
ଓଡିଶା ପାଇଁ କ’ଣ କରିଛନ୍ତି ରାହୁଲ ଗାନ୍ଧୀ ବା କଂଗ୍ରେସ ଦଳ

Key Points

    ବିଜେଡିର ସାହା ଭରସା କଂଗ୍ରେସ ଦଳ ଏବଂ ଆଶାବାଡି ହେଉଛନ୍ତି କଂଗ୍ରେସ ନେତୃବୃନ୍ଦ
    ଓଡିଶାର ବିକାଶ ପାଇଁ ‘ଟଙ୍କା କ’ଣ ଗଛରେ ଫଳେ’ ବୋଲି କହୁଥିବା କଂଗ୍ରେସ ଦଳ ଆଜି ଅନ୍ୟକୁ ଦୋଷ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
    ବିଜେଡିର ଜନବିରୋଧୀ କାର୍ଯ୍ୟର ବିଜେପି ପ୍ରତିବାଦ କରୁଥିବାବେଳେ କଂଗ୍ରେସ ଚୁପ୍ ରହିଛି କାହିଁକି?
 

ଅର୍ଗସ ବ୍ୟୁରୋ: ଓଡିଶାରେ ବିଜେଡି ଓ କଂଗ୍ରେସ ଭିତରେ ଅନେକ ଭିତିରି ବୁଝାମଣା ରହିଛି । ବିଧାନସଭା ଭିତରେ ଓ ବାହରେ କଂଗ୍ରେସ ବିଜେଡିକୁ ସହଯୋଗ କରିଆସୁଛି । ଏପରିକି ପରୋକ୍ଷ ଭାବେ ଓଡ଼ିଶାରେ କଂଗ୍ରେସ-ବିଜେଡି ମିଳିମିଶି ସରକାର ଚଳାଉଛନ୍ତି । ବାସ୍ତବରେ ବିଜେଡିର ସାହା ଭରସା କଂଗ୍ରେସ ଦଳ ଏବଂ ଆଶାବାଡି ହେଉଛନ୍ତି କଂଗ୍ରେସ ନେତୃବୃନ୍ଦ ବୋଲି ବିଧାୟକ ନାଉରୀ ନାୟକ କହିଛନ୍ତି ।

ସ୍ୱାଧୀନତା ପରବର୍ତ୍ତୀ ସମୟଠାରୁ ୨୦୧୪ ମସିହା ପର୍ଯ୍ୟନ୍ତ ସର୍ବାଧିକ ସମୟ ଧରି ଶାସନ କ୍ଷମତାରେ ଥିବା କଂଗ୍ରେସ ଦଳ ଓଡିଶା ତଥା ଓଡିଶାବାସୀଙ୍କ ପାଇଁ କ’ଣ କରିଛନ୍ତି ? ଓଡିଶାର ବିକାଶ ପାଇଁ ‘ଟଙ୍କା କଣ ଗଛରେ ଫଳେ’ ବୋଲି କହୁଥିବା କଂଗ୍ରେସ ଦଳ ଆଜି ଅନ୍ୟକୁ ଦୋଷ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେବେ ଆପଣ ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ଉକ୍ତ ବକ୍ତବ୍ୟ ସମୟରେ କାହିଁକି ଚୁପ୍ ରହିଥିଲେ? ୨୦୦୪ ରୁ ୨୦୧୪ ୟୁପିଏ ସରକାର ଅମଳର ୧୦ ବର୍ଷରେ ମାତ୍ର ୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ରାଜ୍ୟକୁ ଆସିଥିବାବେଳେ ମୋଦି ସରକାରଙ୍କ ଗତ ୯ ବର୍ଷ ଶାସନରେ ଓଡିଶାକୁ ୧୮.୮୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ଅନୁଦାନ ମିଳିସାରିଛି ଏବଂ ବାଜପେୟୀଜୀଙ୍କ ସରକାର କେନ୍ଦ୍ରରେ ଥିବାବେଳେ ଓଡ଼ିଶାରେ ଟଙ୍କାର ଅଭାନ ରହିବ ନାହିଁ ବୋଲି କହିଥିଲେ । ଯାହାକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟାନ୍ୱିତ କରିଛନ୍ତି । ଓଡ଼ିଶାର ବିକାଶ ପାଇଁ ମୋଦିଜୀ ସଂକଳ୍ପବଦ୍ଧ ଏବଂ ମୋଦି ଗ୍ୟାରେଂଟିକୁ ଓଡିଶାବାସୀ ଆପଣାଇଛନ୍ତି । ରେଳପଥ, ରାଜପଥ, ଜଳପଥ, ଶିକ୍ଷା, ସାମାଜିକ ସୁରକ୍ଷା, ମହିଳା ସଶକ୍ତୀକରଣ, ସଂସ୍କୃତି, ମାନ୍ୟତା ଆଦି ପ୍ରସଙ୍ଗରେ ଓଡିଶାକୁ ମୋଦି ସରକାରଙ୍କ ଅବଦାନ କଂଗ୍ରେସ ଦଳ ପାଇଁ ‘ଚିନ୍ତାର ବାହାରେ’ । ନିଜ ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଦଳ ଏବଂ କଂଗ୍ରେସର ଶୀର୍ଷ ନେତା ଶ୍ରୀ ରାହୁଲ ଗାନ୍ଧୀ, ଭାରତୀୟ ଜନତା ପାର୍ଟି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିବାର ନୈତିକତା ହରାଇ ସାରିଛନ୍ତି ବୋଲି ଶ୍ରୀ ନାୟକ କହିଛନ୍ତି ।
ଗତ ୨ ଦିନ ହେଲାଣି ଶ୍ରୀ ଗାନ୍ଧୀ ଓଡିଶାରେ ଅଛନ୍ତି ଏବଂ ଆସନ୍ତା କାଲି ମଧ୍ୟ ଓଡିଶାରେ ରହିବେ । ନିଜ ଅପାରଗତାକୁ ଲୁଚାଇବା ପାଇଁ ବିଜେପି ଉପରେ ମିଥ୍ୟାରୋପ କରୁଥିବା ଶ୍ରୀ ଗାନ୍ଧୀ ଓଡିଶା ଗସ୍ତ ଶେଷ କରିବା ପୂର୍ବରୁ ଓଡିଶାବାସୀଙ୍କୁ ଗପ ନଶୁଣାଇ ଓଡିଶା ପାଇଁ କଂଗ୍ରେସ ଦଳ କ’ଣ କରିଛି, ତାହା ସ୍ପଷ୍ଟ କରିବାକୁ ଶ୍ରୀ ନାୟକ କହିଛନ୍ତି । 

ଓଡିଶାରେ ଶାସକ ବିଜେଡିର ସମସ୍ତ ଜନବିରୋଧୀ ନୀତି ଓ କାର୍ଯ୍ୟ ପାଇଁ ବିରୋଧୀ ଦଳ ହିସାବରେ ବିଜେପି ସବୁବେଳେ ପ୍ରତିବାଦ, ଆନ୍ଦୋଳନ ଓ ଲଢ଼େଇ କରୁଥିବାବେଳେ କଂଗ୍ରେସ କାହିଁକି ଚୁପ୍ ରହିଛି ତାହା ରାହୁଲ ସ୍ପଷ୍ଟ କରନ୍ତୁ ଏବଂ ଓଡ଼ିଶା ଛାଡିବା ପୂର୍ବରୁ ଓଡ଼ିଶାବାସୀଙ୍କ ୫ଟି ପ୍ରଶ୍ନର ଉତର ଦେଇଯାଆନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି ।
ରାଜ୍ୟରେ ୨୦୦୯ମସିହାରେ ବିଜେଡି-ବିଜେପି ମେଂଟ ଭାଙ୍ଗିବା ପରେ ସେତେବେଳେ ବିଜେଡିର କିଏ ସହାୟକ ହୋଇଥିଲେ? ତାହା ଜବାବ ରଖିବେ କି ରାହୁଲ । ସେହିପରି ରାଜ୍ୟରେ ପାର୍ଟନରସିପ୍ ସରକାର ଚାଲିଛି ବୋଲି କହୁଛନ୍ତି, ହେଲେ ଉତର ରଖିବେକି ଆପଣଙ୍କ ବିଧାୟକମାନେ ସରକାରଙ୍କ ଜନବିରୋଧୀ ନୀତିର ପ୍ରତିବାଦ ନକରି କ’ଣ ପାଇଁ ଗୃହରୁ କକ୍ଷତ୍ୟାଗ କରୁଛନ୍ତି । ଏହା କ’ଣ ପ୍ରମାଣିତ କରୁନାହିଁକି ଶାସକ ବିଜେଡି ଦଳ ସହିତ କଂଗ୍ରେସ ଅଛି ।  ଓଡ଼ିଶାରେ ଘୃଣାର ବଜାର କେଉଁଠି କେଉଁଠି ଅଛି ଓ ପ୍ରେମର ଦୋକାନ କେଉଁଠି କେଉଁଠି ଖୋଲିବାର କଂଗ୍ରେସ ଦଳର ଯୋଜନା ଅଛି? ଓଡ଼ିଶାବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ରାହୁଲ ବୋଲି ଶ୍ରୀ ନାୟକ କହିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡ଼ିଶାରେ ବିଗତ ଦିନରେ କଂଗ୍ରେସ ସରକାର ଅମଳରେ ଓଡ଼ିଶାରୁ କେତେ ଦାଦନ ବାହରକୁ ଯାଇଥିଲେ? ଆଉ କଂଗ୍ରେସ ସରକାର ରାଜ୍ୟରେ କେତେ ରୋଜଗାର ସୃଷ୍ଟି କରିଥିଲା ତାହାର ତଥ୍ୟ ଓଡ଼ିଶାବାସୀଙ୍କ ଆଗରେ ଟିକେ ରଖିବେକି ରାହୁଲ । ବିଗତ ନିର୍ବାଚନ ଗୁଡିକରେ କଂଗ୍ରେସ ରାଜ୍ୟରେ ଦ୍ୱିତୀୟ ସ୍ଥାନରୁ ତୃତୀୟ ସ୍ଥାନକୁ ଖସିଛି । ଯଦି ରାହୁଲ କହୁଛନ୍ତି ବିଜେଡି-ବିଜେପି ସାଙ୍ଗରେ ଅଛି ତେବେ ବିଜେପି ତାର ଭୋଟ ବଢ଼ାଇ ଚାଲିଥିବାବେଳେ କଂଗ୍ରେସର ଭୋଟ କେଉଁଠି ଲୀନ ହେଉଛି । କାହିଁକି କଂଗ୍ରେସ ଦଳ ବିଗତ ସାଧାରଣ ନିର୍ବାଚନ, ପଂଚାୟତ ନିର୍ବାଚନ ଓ ବିଧାନସଭା ଉପନିର୍ବାଚନ ଗୁଡିକରେ ଲୋପ ପାଇବାରେ ଲାଗିଛି । କଂଗ୍ରେସ ଦଳର ଭୋଟ ବିଜେଡିରେ ବିକ୍ରି ହେଉନି ତ? ତଥ୍ୟ ଜାଣିବାକୁ ଚାହିଁଲେ ବିଗତ କିଛି ଉପନିର୍ବାଚନର ଫଳାଫଳ ଉପରେ ନଜର ରଖି ରାହୁଲ ଓଡ଼ିଶାବାସୀଙ୍କୁ ଜବାବ ଦିଅନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି । 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Sponsored
What has Rahul Gandhi | Argus News