କାହିଁକି ହୁଏ ପାଟୁଆ ଯାତ୍ରା, ଜାଣନ୍ତୁ କିମ୍ବଦନ୍ତୀ..

କଟକ : କେଉଁ ଆବାହନ କାଳରୁ ଭକ୍ତର ଭଗବାନଙ୍କ ପ୍ରତି ଅତୁଟ ବିଶ୍ୱାସ ର ପର୍ବ ପାଟୁଆ ଯାତ୍ରା ବା ଝାମୁ ଯାତ୍ରା ଦେଖିବାକୁ ମିଳେ କଟକ ଜିଲ୍ଲା ସାଲେପୁର ବ୍ଲକ ମିର୍ଜାପୁର ପଞ୍ଚାୟତର ଅବସ୍ଥିତ ଗଙ୍ଗେଶ୍ୱର ପୀଠରେ। ପାଟୁଆ ଯାତ୍ରା ସମ୍ବନ୍ଧରେ କିମ୍ବଦନ୍ତୀ ରେ ଉଲ୍ଲେଖ ଅଛି ଜଣେ ଗଙ୍ଗଦତ୍ତ ବଙ୍ଗାଳି ନାମକ ବ୍ୟକ୍ତଙ୍କୁ ସ୍ୱପ୍ନାଦେଶ ହୋଇଥିଲା ଚୈତ୍ରମାସ ରେ ଗଙ୍ଗେଶ୍ୱର ମହାପ୍ରଭୁଙ୍କ ପାଖରେ ପାଟୁଆ ହୋଇ ପୂଜାର୍ଚ୍ଚନା କରିବା ପାଇଁ ସେହି ଦିନଠାରୁ ଗଙ୍ଗେଶ୍ୱର ପୀଠରେ ପାଟୁଆ ହୋଇଥାନ୍ତି।ପ୍ରଥମେ ବଙ୍ଗାଳି ସମ୍ପ୍ରଦାୟର ହୋଉଥିଲେ । ପରବର୍ତ୍ତୀ ଅବସ୍ଥାରେ ଗଙ୍ଗେଶ୍ୱରଙ୍କ କୃପାରୁ ମାନସିକ ଧାରୀଙ୍କ ପୂରଣ ହେଉଥିବାରୁ ଓଡ଼ିଶାର କୋଣ ଅନୁକୋଣରୁ ମାନସିକ କରି ଗଙ୍ଗେଶ୍ୱରଙ୍କ ଆଶିଷ ଲାଭ କରିବା ପାଇଁ ପାଟୁଆ ହୋଉଛନ୍ତି।ଏହି ପାଟୁଆ ଯାତ୍ରା ୧୦ ଦିନଧରି ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଥାଏ ଗଙ୍ଗେଶ୍ୱର ପୀଠ।
ଭଗବାନ ଭକ୍ତଙ୍କ ମାନସିକ ପୂରଣ କରିଥିବାରୁ ଭଗବାନଙ୍କ ପାଖରେ ନିଜକୁ ସମର୍ପିତ କରି ଆଶିଷ ଲାଭ କରିବା ପାଇଁ ନିଜ ଦେହକୁ କଷ୍ଟ ଦେଇ ପାଟୁଆ ସାଜି ଥାଆନ୍ତି।ବିଭିନ୍ନ ପ୍ରକାରର ପାଟୁଆ ଥାଆନ୍ତି,ଖଣ୍ଡା ପାଟୁଆ, କଣ୍ଟା ପାଟୁଆ, ଅଗ୍ନିପାଟୁଆ,ଶ୍ରୀ ପାଟୁଆ, ବେତ ପାଟୁଆ ଏହି ପାଟୁଆମାନେ ଉପବାସ ରହି ଦେହକୁ କଷ୍ଟ ଦେଇ ଝାମୁ ଲାଗିବା ଯାଏ କିଛିବି ଅନ୍ନଜଳ ଗ୍ରହଣ କରନ୍ତି ନାହିଁ।ଝାମୁ ଲାଗିବା ପରେ ଗଙ୍ଗେଶ୍ୱର ଙ୍କ ଦର୍ଶନ କରି ପାଦୁକା ଧଣ୍ଡା ପାଇ ଓଷା ଫିଟେଇଥାନ୍ତି। ଯେତେ ବେଳେ ପାଟୁଆ ମାନେ ଗଙ୍ଗେଶ୍ୱର ଙ୍କ ଦର୍ଶନ ପାଇଁ ଆସନ୍ତି ଘଣ୍ଟ, ମୃଦଙ୍ଗ, ହୁଳହୁଳିର ଶ୍ୱରରେ ଗଗନ ପବନ ପ୍ରକମ୍ପିତ ହୋଇ ଉଠେ। ଭଗବାନ ଏବଂ ଭକ୍ତଙ୍କ ର ଅତୁଟ ସମ୍ପର୍କ ପାଟୁଆ ଯାତ୍ରାର ମହତ୍ତ୍ଵ।
ଅଧିକ ପଢନ୍ତୁ : ବାବା ଚନ୍ଦନେଶ୍ୱରଙ୍କ ପ୍ରସିଦ୍ଧ ମହାପାଟ ପର୍ବ
📱 Get Argus News App
✨ପାଟୁଆ ଯାତ୍ରା ପାଇଁ ଗଙ୍ଗେଶ୍ୱର ପୀଠ ଦଶଦିନ ଧରି ଚଳଚଞ୍ଚଳ ହୋଇ ଉଠେ।ଏହି ପୀଠକୁ ହଜାର ହଜାର ଭକ୍ତଙ୍କ ସମାଗମ ହୁଏ।ଘର କରଣା ଜିନିଷପତ୍ର ଠୁ ଆରମ୍ଭ ବିଭିନ୍ନ ପ୍ରକାର ଦୋକାନ ପତ୍ର ପଡିଥାଏ।ଯାତ୍ରା ପରିଚାଳନା ଶାନ୍ତି ଶୃଙ୍ଖଳା ପାଇଁ ପଞ୍ଚାୟତ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥାଏ।ସବୁବର୍ଷ ଭଳି ଚଳିତ ବର୍ଷ ଗଙ୍ଗେଶ୍ୱର ଙ୍କ କୃପାରୁ ଶାନ୍ତି ଶୃଙ୍ଖଳା ସହ ପାଟୁଆ ଯାତ୍ରା ବା ଝାମୁ ଯାତ୍ରା ଶେଷ ହୋଇଛି।