Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବିଧାୟିକା ସ୍ନେହାଙ୍ଗିନି ଛୁରିଆଙ୍କ ଖାସ୍ ବୋଲି କଣ ସବୁ ମାଫ୍ ?

Odisha

ବିଧାୟିକା ସ୍ନେହାଙ୍ଗିନି ଛୁରିଆଙ୍କ ଖାସ୍ ବୋଲି କଣ ସବୁ ମାଫ୍ ?

Smruti Parija
Browse all articles by Smruti Parija
·2 years ago·2 min read
ବିଧାୟିକା ସ୍ନେହାଙ୍ଗିନି ଛୁରିଆଙ୍କ ଖାସ୍ ବୋଲି କଣ ସବୁ ମାଫ୍ ?

ଅର୍ଗସ ବ୍ୟୁରୋ: ଋଣ ସୁଝି ନପାରିବାରୁ ଚାଷୀଙ୍କୁ ବିଷ ପିଆଇ ହତ୍ୟା ଅଭିଯୋଗ । ୨୪ ବର୍ଷର ବିଜେଡି ସରକାରରେ ୟାଠୁ ବଳି ଆଉ ମର୍ମସ୍ପର୍ଶୀ ଘଟଣା କଣ ହୋଇପାରେ । ସାହୁକାର ସାଜିଛନ୍ତି ବିଜେଡି ନେତା। ସୁଧ ଏମିତି ଯେତେ ଶୁଝିଲେ ବି ସରିବନି। ମୂଳ ନସୁଝି ପାରିଲେ ମୃତ୍ୟୁଦଣ୍ଡ । ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡେନ ଥାନା ସାଲେପାଲି ଗାଁରେ। ଋଣ ସୁଝିନପାରିବାରୁ ଚାଷୀ ସାଧୁ ସାହୁଙ୍କ ଗାଁର ସାହୁକାର ସୁନାଧର ସାଥୁଆ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ। ମାତ୍ର ଘଟଣାର ଦୁଇ ଦିନ ପରେ ବି  ଭେଡେନ୍ ପୋଲିସ ହାତ ଖାଲି । ଅଭିଯୋଗ ହେଉଛି, ସୁନାଧର ବିଧାୟିକା ସ୍ନେହାଙ୍ଗିନିଙ୍କ ଖାସ୍ ହୋଇଥିବାରୁ ପୋଲିସ ମୁହଁରେ ତୁଣ୍ଡି। ଯଦି ସପ୍ତାହକ ଭିତରେ ଅଭିଯୁକ୍ତ ଗିରଫ ନହୁଏ ଥାନା ଘେରାଉ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।  

ଅଭିଯୋଗ ଅନୁସାରେ ଚାଷ ପାଇଁ ବିଜେଡି ନେତା ତଥା ମହାଜନ ସୁନାଧର ସାଥୁଆଙ୍କ ଠାରୁ ୧ ଲକ୍ଷ ଟଙ୍କା ଋଣ ନେଇଥିଲେ ସାଧୁ । ପରିବାର ଲୋକଙ୍କ କହିବା ଅନୁସାରେ ସୁଧ ଦେଉଥିଲେ ବି ମୂଳଧନ ସହ ମିଶି ଏହା ୩ ଲକ୍ଷ ଟଙ୍କାରେ ପହଞ୍ଚିଥିଲା।  ଋଣ ଟଙ୍କା ସୁଝି ନପାରିବାରୁ ଚାଷୀ ସାଧୁ ସାହୁଙ୍କୁ  ସୁନାଧର ନିଜର ଜଣେ ସହଯୋଗୀଙ୍କ ସହ ମିଶି ସୋମବାର ମୋଟର ସାଇକେଲରେ ଉଠାଇ ନେଇଥିଲେ। ପରଦିନ ମୁର୍ମୁଷ ଅବସ୍ଥାରେ ଚାଷଜମିରୁ ଉଦ୍ଧାର ହୋଇଥିଲେ । ହସ୍ପିଟାଲରେ ଡାକ୍ତର ବିଷକ୍ରିୟା ଯୋଗୁଁ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।

ରାଜ୍ୟରେ 24 ବର୍ଷର ସରକାରରେ ଚରମ ସୀମାରେ ଚାଷୀ ଦୁର୍ଦ୍ଦଶା । ଏ ସବୁକୁ ଟପିଯାଇଛି ବିଜେଡି ନେତାଙ୍କ ଦୌରାତ୍ମ୍ୟ। ସାହୁକାର ସାଜି କରୁଛନ୍ତି ଶୋଷଣ।  ଆଉ ଅନ୍ଧ ଧୃତରାଷ୍ଟ୍ର ରାଜ୍ୟ ପୋଲିସ। ବଡ ପ୍ରଶ୍ନ, ବିଧାୟିକାଙ୍କ ଖାସ୍ ବୋଲି ସୁନାଧରଙ୍କ ପାଖ ମାଡୁନି କି ପୋଲିସ ? ନା ଅଭିଯୁକ୍ତକୁ ଗିରଫ ନ କରି ମାହାଜନୀ କାରାବାରକୁ ପ୍ରୋତ୍ସାହିତ କରୁଛି ବିଜେଡି ସରକାର ?  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

Sponsored
What is the excuse for being the chass of Dudayika Snehangini Chhariya? | Argus News