Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଶ୍ରୀମନ୍ଦିର ପରମ୍ପରାରେ ମେଣ୍ଢାପୋଡି ନୀତି କ'ଣ ?

Odisha

ଶ୍ରୀମନ୍ଦିର ପରମ୍ପରାରେ ମେଣ୍ଢାପୋଡି ନୀତି କ'ଣ ?

Smruti Parija
Browse all articles by Smruti Parija
·2 years ago
ଶ୍ରୀମନ୍ଦିର ପରମ୍ପରାରେ ମେଣ୍ଢାପୋଡି ନୀତି କ'ଣ ?

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ମେଣ୍ଢାପୋଡ଼ି ନୀତି । ପରମ୍ପରା ଅନୁସାରେ ଦୋଳପୂର୍ଣ୍ନିମା ପୂର୍ବଦିନ ଏହି ନୀତି ଅନୁଷ୍ଠିତ ହୋଇଥାଏ । ଆଜି ମଧ୍ୟାହ୍ନ ଧୂପ ପରେ ଆଜ୍ଞାମାଳ ପାଇ ଦୋଳବେଦୀକୁ ବିଜେ କରିବେ ଚଳନ୍ତି ପ୍ରତିମା । ଦୋଳଗୋବିନ୍ଦ, ଶ୍ରୀଦେବୀ, ଭୂଦେବୀ ଦୋଳବେଦୀକୁ ବିଜେ କରିବେ । 

ସେଠାରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତଙ୍କ ଉପସ୍ଥିତିରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ହୋମ,ଦେବନୀତି,ବନ୍ଦାପନା ପରେ ଭୋଗ ହେବ । ମାରୱାଡି ସଂପ୍ରଦାୟର ମହିଳାଙ୍କ ଦ୍ୱାରା ପୂର୍ବରୁ ସଂଗୃହିତ ଘଷିରେ ଅଗ୍ନି ସଂଯୋଗ କରାଯିବ । ହୋଲିକା ରାକ୍ଷାସୀକୁ ଦହନର ପ୍ରତିଫଳନ ସ୍ୱରୁପ ଏହି ମେଣ୍ଡାପୋଡି ନୀତି ଅନୁଷ୍ଠିତ ହୋଇଥାଏ। ଆସନ୍ତାକାଲି ପବିତ୍ର ଦୋଳପୂର୍ଣ୍ଣିମାରେ ଦୋଳବେଦୀରେ ମହାପ୍ରଭୁ ଭକ୍ତଙ୍କ ସହ ଝିମିରି ଫଗୁ ଓ ଅବିର ଖେଳିବା ସହ ସୁନାବେଶରେ ଲକ୍ଷାଧିକ ଭକ୍ତଙ୍କୁ ରତ୍ନସିଂହାସନରେ ଦର୍ଶନ ଦେବେ ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
What is the meaning-of-mendhapodi-rituals-in-puri-temple | Argus News