Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Highlights / ବର୍ଣ୍ଣବୋଧରେ ବିଲେଇ ରଖିବା ପଛର କାରଣ କ'ଣ?

Arpita Mohanty
Browse all articles by Arpita Mohanty
·1 year ago·3 min read
ବର୍ଣ୍ଣବୋଧରେ ବିଲେଇ ରଖିବା ପଛର କାରଣ କ'ଣ?
Cuttack

Key Points

ପ୍ରତ୍ୟେକ ଓଡିଆଙ୍କ ଘରେ ଘରେ ମଧୁବାବୁଙ୍କ ଏହି ବହି। ଆଜି ବି ପିଲାଟିଏ ପଢିବା ଆରମ୍ଭ କରିବା ପୂର୍ବରୁ ଏହି ବହି ପଢିଥାଏ। ଆଜି ବି ପ୍ରତ୍ୟେକ ପିତା ମାତାଙ୍କର ଏହି ବିଶ୍ବାସ ଯେ ଏହି ବହିରୁ ପିଲା ଅକ୍ଷର , ଉଚାରଣ , ଭାଷାକୁ ବହୁତ ଭଲ ଭାବରେ ବୁଝିପାରିବ। ବର୍ଷ ବର୍ଷ ଧରି ଏହି ବହି ପ୍ରତ୍ୟେକ ଓଡିଆଙ୍କ ପାଇଁ ବିଶ୍ବସନୀୟ ହୋଇପାରିଛି।

ଅର୍ଗସ ବ୍ୟୁରୋ: ଆମେ ସମସ୍ତେ ପିଲାବେଳେ ଛବିଳ ମଧୁ ବର୍ଣ୍ଣବୋଧ ବହି ପଢିଛେ। କହିବାକୁ ଗଲେ ଯଦି ଆଜି ଆମେ କୌଣସି ବି ବହି ପଢିବାରେ ସକ୍ଷମ ହୋଇପାରିଛେ ତାହେଲେ କେବଳ ସେହି ଗୋଟିଏ ବହି ପାଇଁ। ପ୍ରତ୍ୟେକ ଓଡିଆଙ୍କ ଘରେ ଘରେ ମଧୁବାବୁଙ୍କ ଏହି ବହି। ଆଜି ବି ପିଲାଟିଏ ପଢିବା ଆରମ୍ଭ କରିବା ପୂର୍ବରୁ ଏହି ବହି ପଢିଥାଏ। ଆଜି ବି ପ୍ରତ୍ୟେକ ପିତା ମାତାଙ୍କର ଏହି ବିଶ୍ବାସ ଯେ ଏହି ବହିରୁ ପିଲା ଅକ୍ଷର , ଉଚାରଣ , ଭାଷାକୁ ବହୁତ ଭଲ ଭାବରେ ବୁଝିପାରିବ। ବର୍ଷ ବର୍ଷ ଧରି ଏହି ବହି ପ୍ରତ୍ୟେକ ଓଡିଆଙ୍କ ପାଇଁ ବିଶ୍ବସନୀୟ ହୋଇପାରିଛି।

ଭକ୍ତକବି ମଧୁସୁଦନ ରାଓଙ୍କ ଦ୍ବାରା ରଚିତ ଏହି ବହି ଓଡିଶାର ଏକ ଶିଶୁ ପୁସ୍ତକ ଅଟେ। ୧୮୮୫ ମସିହାରେ ପ୍ରଖ୍ୟାତ ମ୍ୟାକ୍ ମିଲନ୍ ଆଣ୍ଡ କମ୍ପାନି ଦ୍ବାରା ପ୍ରକାଶ ପାଇଥିଲା। ଏହା ଏକ ଶିକ୍ଷାମୂଳକ ଏବଂ ଉପଦେଶାତ୍ମକ ବହି। ଶିକ୍ଷକତାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ ମଧୂସୁଦନ। ମଧୁବାବୁଙ୍କୁ ଶିକ୍ଷାର ମାନଦଣ୍ଡ କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ମଧୁବାବୁ ନିଜେ ବର୍ଷାରେ ଜୁଡୁବୁଡୁ ଓଦା ହୋଇ କାଦୁଅରେ ସରବର ହୋଇ ମଧ୍ୟ ପାଠ ପଢିବାକୁ ଯାଉଥିଲେ। ପାଠ୍ୟ ପୁସ୍ତକର ଅଭାବ ପୂରଣ କରିବାକୁ ଯାଇ ସିଏ ଏହି ବହି ଲେଖିଥିଲେ।

ବର୍ଣ୍ଣବୋଧ ଓଡିଆ ଭାଷାର ଏକ ଉଚ୍ଚମାନର ବର୍ଣ୍ଣ ଓ ବନାନ ଶିଖିବା ଗ୍ରନ୍ଥ। ଏହାର ସାହିତ୍ୟକ ମୂଲ୍ୟ ଯେତିକି ହୁଦୟକୁ ଛୁଇଁଥାଏ, ଏହାର ସାଂଗିତୀକ ଆବେଦନ ଆହୁରି ବେଶି ଆକର୍ଷିତ କରେ। ଏଥିରେ ଥିବା ଓଡିଆ ବର୍ଣ୍ଣମାଳା ସହ ମାତ୍ରା ଓ ଯୁକ୍ତାକ୍ଷର ପିଲାଙ୍କ ମନେରହିବା ଭଳି ଲେଖାମାନଙ୍କରେ ଦର୍ଶାଯାଇଛି। ଏଥିରେ ଇଂରାଜୀ ଏବଂ ହିନ୍ଦି ବର୍ଣ୍ଣମାଳା ମଧ୍ୟ ରହିଛି।

କିନ୍ତୁ ବହିର ଆକର୍ଷଣ ସାଜେ ସାମନା କଭରଟି। ଏକ ସୁନ୍ଦର ଡଉଲ ଡାଉଲ ପୁଷି ବିଲେଇଟି ନିଜ ଲାଞ୍ଜ ଆଗକୁ କରି ଜୁଳୁ ଜୁଳୁ କରି ଚାହିଁ ବସିଥାଏ। ଯାହା ପିଲାମାନଙ୍କୁ ଖୁବ୍ ଆକର୍ଷଣ କରେ। କିନ୍ତୁ ପ୍ରଶ୍ନ ହେଉଛି ଆମ ଜାତୀୟ ପଶୁ ବାଘ, ଜାତୀୟ ପକ୍ଷୀ ମୟୁର, ଜାତୀୟ ଫୁଲ ପଦ୍ମ , ଜାତୀୟ ସଙ୍କେତ ଅଶୋକ ସ୍ତମ୍ଭ ଏସବୁ ଛାଡି ମଧୁବାବୁ ବିଲେଇ ହିଁ କାହିଁକି ରଖିଲେ? ବିଲେଇ ମାଧ୍ୟମରେ ମଧୁବାବୁ ପିଲାଙ୍କୁ କଣ ଶିଖାଇବାକୁ ଚାହୁଁଥିଲେ?

ଆମ ଓଡିଆ ଘରେ ଗୋଟେପଟେ ବିଲେଇକୁ ଲକ୍ଷ୍ମୀ ମନାଯାଉଥିବାବେଳେ ଅନ୍ୟପଟେ ଘରୁ ବାହାରିଲେ ଯଦି ବିଲେଇ ରାସ୍ତା କାଟିଦିଏ ତାହାଲେ ଲୋକେ ଦୁଇ ହାତ ପଛକୁ ଘୁଞ୍ଚିଯାଆନ୍ତି, ଏହା ଏକ ଅଶୁଭ ସଙ୍କେତ ମନାଯାଇଥାଏ। ସାଧାରଣ ମଣିଷ ଏହିସବୁ ଚିନ୍ତାରେ ଥାଏ କିନ୍ତୁ ମଧୁବାବୁ ବିଲେଇକୁ ହିଁ ଉଦାହରଣ ସ୍ବରୁପ କାହିଁକି ରଖିଲେ? ତେବେ ଏହାର କାରଣ ଜାଣିବାକୁ ହେଲେ ଆମକୁ ମଧୁବାବୁଙ୍କ ଭଳି ଚିନ୍ତା କରିବାକୁ ପଡିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ବିଲେଇ ଠାରେ କିଛି ନୀତି ଶିକ୍ଷା ଅଛି ଯାହା ମଧୁବାବୁ ପିଲାଙ୍କ ଠାରେ ଆଣିବାକୁ ଚାହୁଁଥିଲେ। ପ୍ରତ୍ୟେକ ପାଠପଢା ପିଲା ବିଲେଇଠାରୁ କିଛି ଶିଖିବା ଦରକାର। ଯେତେବେଳେ ବିଲେଇ ଶୀକାର କରିବା ପାଇଁ ଛକିକି ବସେ ତାକୁ ଯେତେ ବାଡେଇଲେ ମଧ୍ୟ ନିଜ କାର୍ଯ୍ୟହାସଲ ନକରିବା ପର୍ଯ୍ୟନ୍ତ ସିଏ ଯାଏନାହିଁ। ଏହି ମାଧ୍ୟମରେ ମଧୁବାବୁ ଜଣାଇବାକୁ ଚାହିଁଲେ କି ବିଲେଇର ଯେପରି ଏକାଗ୍ରତା ଅଛି , ଲକ୍ଷ୍ୟ ହାସଲ କରିବାର ଜୁନୁନ ଅଛି ସେହିପରି ପିଲାଙ୍କଠାରେ ମଧ୍ୟ ପାଠକୁ ନେଇ ଏକାଗ୍ରତା ରହିବା ଆବଶ୍ୟକ।

ଆପଣମାନେ ଦେଖିଥିବେ ବିଲେଇ ସବୁବେଳେ ନିଜ ଶରୀରକୁ ସ୍ବଛ ରଖିବା ପାଇଁ ନିଜ ଦେହକୁ ଚାଟୁଥାଏ। ତେଣୁ ବିଲେଇ ଯେପରି ନିଜକୁ ସ୍ବଛ ରହେ ପିଲାଙ୍କୁ ମଧ୍ୟ ମଧୁବାବୁ ସଫା ଏବଂ ସ୍ବଛ ରହିବାକୁ ପରାମର୍ଶ ଦେଉଥିଲେ। ନିଜ ସହିତ ପରିବେଶକୁ ବି ସ୍ବଛ ରଖବାର ଶିକ୍ଷା ବିରାଡି ମାଧ୍ୟମରେ ମଧୁବାବୁ ପିଲାଙ୍କୁ ଦେବାକୁ ଚାହୁଁଥିଲେ। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କିପରି?ଆପଣମାନେ ଦେଖିଥିବେ ବିରାଡି ଯେତେବେଳେ ମଳ ତ୍ୟାଗ କରେ ତା ଉପରେ ବାଲି ପକାଇ ଘୋଡାଇଦିଏ। ତେଣୁ ପିଲାମାନେ ମଧ୍ୟ ପରିବେଶକୁ ସ୍ବଛ ରଖିବା ଶିକ୍ଷା ପିଲାବେଳୁ ହିଁ ପାଇବା ଆବଶ୍ୟକ। ବିଲେଇ ବହୁତ ଚତୁର ହୋଇଥାନ୍ତି। ସେମାନଙ୍କର ଶ୍ରବଣ ଶକ୍ତି, ଘ୍ରାଣ ଶକ୍ତି ଏବଂ ଦେଖିବା ଶକ୍ତି ବହୁତ ଭଲ ହୋଇଥାଏ। ସେମାନେ ବହୁତ ଆକ୍ଟିଭ ଥାନ୍ତି।

ଏହସବୁ କାରଣରୁ ମଧୁବାବୁ ବିଲେଇକୁ ଛବିଳ ମଧୁ ବର୍ଣ୍ଣବୋଧ ବହିର ଫାଷ୍ଟ ପେଜରେ ରଖିଥିଲେ।  ମଧୁସୁଦନ ରାଓ ବାସ୍ତବରେ ଜଣେ ରୁଷିପ୍ରାଣ କବିଥିଲେ। ବର୍ଣ୍ଣବୋଧ ବ୍ୟତୀତ ତାଙ୍କ ରଚିତ ଛାନ୍ଦମାଳା, ବସନ୍ତଗାଥା,କୁସୁମାଞ୍ଜଳୀ, ଉତ୍କଳଗାଥା ଓଡିଆ ସାହିତ୍ୟର ଅମୂଲ୍ୟ ସମ୍ପଦ। ବର୍ଣ୍ଣବୋଧ ଓଡିଆ ଭାଷା ସାହିତ୍ୟର ଗ୍ରନ୍ଥ ଆଦିଗୁରୁ ଅଟେ।

ଅଧିକ ପଢନ୍ତୁ ଓଡିଶା ଖବର

Related Topics

Explore more stories

Sponsored
Chhabila Madhu Barnabodha | Argus News