Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବୌଦ୍ଧ ଡ଼ିଷ୍ଟିଲାରୀ ସହ ମୁଖ୍ୟମନ୍ତ୍ରୀଙ୍କର କଣ ରହିଛି ସମ୍ପର୍କ : ଅନିଲ ବିଶ୍ୱାଳ 

Odisha

ବୌଦ୍ଧ ଡ଼ିଷ୍ଟିଲାରୀ ସହ ମୁଖ୍ୟମନ୍ତ୍ରୀଙ୍କର କଣ ରହିଛି ସମ୍ପର୍କ : ଅନିଲ ବିଶ୍ୱାଳ 

Manini Pattanayak
Browse all articles by Manini Pattanayak
·2 years ago·1 min read
ବୌଦ୍ଧ ଡ଼ିଷ୍ଟିଲାରୀ ସହ ମୁଖ୍ୟମନ୍ତ୍ରୀଙ୍କର କଣ ରହିଛି ସମ୍ପର୍କ : ଅନିଲ ବିଶ୍ୱାଳ 

ଭୁବନେଶ୍ୱର:  କଳାଟଙ୍କାର ପାହାଡ଼ ପାଲଟିଛି ଓଡ଼ିଶା । ଓଡ଼ିଶାର ଗୋଟେ ପଛୁଆ ଜିଲ୍ଲାରୁ ଗୋଟେ ମଦ ଭାଟିରୁ 350 କୋଟି ରୁ ଉର୍ଦ୍ଧ୍ବ ଟଙ୍କା ଜବତ ହେବା ଆଶ୍ଚର୍ଯ୍ୟ କରିଛି । ବୌଦ୍ଧ ଡ଼ିଷ୍ଟିଲାରୀ ସହ ମୁଖ୍ୟମନ୍ତ୍ରୀ ଙ୍କର କଣ ରହିଛି ସମ୍ପର୍କ । ପ୍ରଧାନମନ୍ତ୍ରୀଙ୍କ ଠୁ ନେଇ ଗୃହମନ୍ତ୍ରୀ ସମସ୍ତେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ଚୁପ କାହିଁକି ୭ ଦିନ ହେବ କଣ ପାଇଁ ନିରବ । ପଦୁଟିଏ କାହିଁକି କହୁ ନାହାନ୍ତି ବୋଲି ସିଧା ସିଧା ଟାର୍ଗେଟ କରିଛନ୍ତି ବିଜେପି ମୁଖମାତ୍ର  ଅନିଲ ବିଶ୍ୱାଳ ।

ବୌଦ୍ଧ ଡ଼ିଷ୍ଟିଲାରୀ କୁ ମୁଖ୍ୟମନ୍ତ୍ରୀ ମେକଇନ ଓଡ଼ିଶାରେ ଉଦଘାଟନ କରିଛନ୍ତି । ଭାରତ ବର୍ଷ ରେ ଏହା ପ୍ରଥମ ଜଣେ ମୁଖ୍ୟମନ୍ତ୍ରୀ ଗୋଟେ ମଦ କମ୍ପାନୀ କୁ ଉଦଘାଟନ କରିଛନ୍ତି । ରିତେଶ ସାହୁ ମୁଖ୍ୟମନ୍ତ୍ରୀ ଙ୍କ ସହ ଷ୍ଟେଜ ସେୟାର କରିଛନ୍ତି ସେଠି । ଯିଏ କି ଧିରଜ ସାହୁଙ୍କ ପୁତୁରା । ତେବେ ଏଥିରୁ ସ୍ପଷ୍ଟ ନବୀନ ନିବାସରେ ଅବାଧ ପ୍ରବେଶ ଥିଲା । ମଦ ମାଫିଆଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସମ୍ପର୍କ ରହିଛି । 2018 ରେ ମେକଇନ ଓଡ଼ିଶାରେ ବୌଦ୍ଧ ଡ଼ିଷ୍ଟିଲାରୀ ଆବେଦନ କଲା 2019 ରେ ଉଦଘାଟନ ହେଲା । ଏତେ ଶୀଘ୍ର କେମିତି ହେଲା ଅନ୍ୟ କମ୍ପାନୀ ମାନେ 2016 ରୁ ଆବେଦନ କରିଥିଲେ ବି ତାହା ହୋଇ ପାରିନି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
What is the relationship between the Chief Minister and Boudh Distillery?: Anil Biswal | Argus News