Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିରୋଧୀଙ୍କୁ ଦରକାର 'ହଜମ ଗୁଲି', କାହିଁକି ଭରା ସଭାରେ କହିଲେ ମୁଖ୍ୟମନ୍ତ୍ରୀ ?

Sushanta Sahoo
Browse all articles by Sushanta Sahoo
·1 year ago·2 min read
ବିରୋଧୀଙ୍କୁ ଦରକାର 'ହଜମ ଗୁଲି', କାହିଁକି ଭରା ସଭାରେ କହିଲେ ମୁଖ୍ୟମନ୍ତ୍ରୀ ?

ବ୍ରହ୍ମପୁର: 'ସୁଭଦ୍ରା' ସଭାରୁ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ନିନ୍ଦୁକ ଭୁଲି ଯାଇଛନ୍ତି ଶିଶୁଟିଏ ଜନ୍ମ ହେବା ପାଇଁ ମା ଗର୍ଭରେ ୯ ମାସରୁ ଅଧିକ ସମୟ ରହିବାକୁ ପଡ଼େ । ସରକାରକୁ ୯ ମାସ ପୁରିବାକୁ ଆଉ ୪ ଦିନ ବାକି ଅଛି । କିନ୍ତୁ ସ୍ଵଳ୍ପ ସମୟରେ ସରକାର ଜନସାଧାରଣଙ୍କ ପାଇଁ ଯାହା କରିଛନ୍ତି । ତାହା ଦେଖି ନିନ୍ଦୁକମାନେ ଆଉ ବିଶ୍ଵାସ କରିପାରୁ ନାହାନ୍ତି ।


ଆଜି ବିରୋଧୀ ଦଳର ବିଧାୟକ ବି କହୁଛନ୍ତି, ଆମ ସରକାର ବି 'ସୁଭଦ୍ରା' ଭଳି ଯୋଜନା କରି ପାରିଥାନ୍ତେ । ସେତେବେଳେ କାହିଁକି କଲେନି । ଏବେ ଶିଶୁ ସଦୃଶ୍ୟ ମୋହନ ମାଝୀ ସରକାର ବର୍ଷକରେ ୧୦ ହଜାର କୋଟି ଦେଲେଣି । ଆଉ ୪ ବର୍ଷରେ ୪୦ ହଜାର କୋଟି ଦେବେ । ଏ କଥା ବିରୋଧୀ ବିଧାୟକ ବିଧାନସଭା ଲବିରେ କହୁଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।


ସେହିଭଳି ନବୀନ ବାବୁ ୨୦୧୬ରେ ଧାନ କ୍ଵିଣ୍ଟାଲ୍‌ରେ ୧୦୦ ଟଙ୍କା ଦେବେ କହିଥିଲେ । ଏବେ ମୋହନ ସରକାର କେମିତି ୮୦୦ ଟଙ୍କା ଦେଉଛନ୍ତି । ଏହା କି ଚମତ୍କାର ବୋଲି ବିରୋଧୀ ବିଧାୟକ କହୁଛନ୍ତି । ଏହାକୁ ନିନ୍ଦୁକ ମାନେ ଏହା ହଜମ କରିପାରୁ ନାହାନ୍ତି । ତେଣୁ ସେମାନଙ୍କୁ ହଜମ କରିବା ପାଇଁ ବଟିକା ଦରକାର ବୋଲି କହି କଟାକ୍ଷ କରିଛନ୍ତି ମୋହନ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୨୪ ବର୍ଷ ଭିତରେ ଗତ ସରକାର କେବଳ ସ୍ଲୋଗାନରେ ମହିଳାଙ୍କୁ ରଖିଥିଲେ । ପ୍ରଦୀପ ବାବୁ ଭଲ ଭାବେ ଜାଣିଛନ୍ତି ସରକାରର କାରନାମା କିଭଳି ଥିଲା । ମୋହନ ମାଝୀ ସରକାର କଣ କରିଛି ବୋଲି ଗତ ୨୪ ବର୍ଷର ସରକାର ପ୍ରଶ୍ନ କରୁଛି । ମୁଁ ସେମାନଙ୍କୁ ପଚାରୁଛି ବିଗତ ସରକାର ୨୪ ବର୍ଷ ହେଲା କେବଳ ମହିଳାଙ୍କ ନାଁର ସ୍ଲୋଗାନ ଦେଉଥିଲେ । ଆମେ ସରକାରକୁ ଆସିବାର ୨୪ ଘଣ୍ଟାରେ 'ସୁଭଦ୍ରା' ନିଷ୍ପତ୍ତି ନେଲୁ । ୩ ମାସରେ ପ୍ରଥମ କିସ୍ତି ଓ ୯ ମାସରେ ଦ୍ଵିତୀୟ କିସ୍ତି ଡିବିଟି ମାଧ୍ୟମରେ ଦେଇଛୁ । ଏହା ହିଁ ହେଉଛି ଡବଲ୍ ଇଞ୍ଜିନ୍ ସରକାରର ସଫଳତା ।



Sponsored
What Said CM Mohan Majhi On Subhadra Programme About Opposition | Argus News